କମିଶନରେଟ୍ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀର କଟକ-ରୋଡ୍ ଭଗବାନ ଟାଓ୍ୱାର ମାଡ଼ମରା ଘଟଣାରେ ନୀରବଦ୍ରଷ୍ଟା ସାଜିଥିବା ପିସିଆର ଇନଚାର୍ଜ ସସ୍ପେଣ୍ଡ।  ଦାୟିତ୍ୱହୀନତା ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ପୁଲିସ କମିଶନର । ପିସିଆର ଇନ୍‌ଚାର୍ଜ ଘଟଣାରେ ହସ୍ତକ୍ଷେପ କରିବା ଉଚିତ୍ ଥିଲା  ବୋଲି ଗତକାଲି କମିଶନରେଟ୍ ପୁଲିସ ଟୁଇଟ୍ କରିଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ କରିଛି। ତେବେ ସୁରକ୍ଷା ଲୋଡିଥିବା ଜଣେ ବ୍ୟକ୍ତିଙ୍କୁ  ପୁଲିସ ସାମ୍ନାରେ ଯେଭଳି ମରଣାନ୍ତକ ଆକ୍ରମଣ କରାଗଲା ତାହା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। […]

b-900

Tapas Behera
  • Published: Wednesday, 15 January 2020
  • , Updated: 15 January 2020, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀର କଟକ-ରୋଡ୍ ଭଗବାନ ଟାଓ୍ୱାର ମାଡ଼ମରା ଘଟଣାରେ ନୀରବଦ୍ରଷ୍ଟା ସାଜିଥିବା ପିସିଆର ଇନଚାର୍ଜ ସସ୍ପେଣ୍ଡ।  ଦାୟିତ୍ୱହୀନତା ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ପୁଲିସ କମିଶନର । ପିସିଆର ଇନ୍‌ଚାର୍ଜ ଘଟଣାରେ ହସ୍ତକ୍ଷେପ କରିବା ଉଚିତ୍ ଥିଲା  ବୋଲି ଗତକାଲି କମିଶନରେଟ୍ ପୁଲିସ ଟୁଇଟ୍ କରିଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ କରିଛି। ତେବେ ସୁରକ୍ଷା ଲୋଡିଥିବା ଜଣେ ବ୍ୟକ୍ତିଙ୍କୁ  ପୁଲିସ ସାମ୍ନାରେ ଯେଭଳି ମରଣାନ୍ତକ ଆକ୍ରମଣ କରାଗଲା ତାହା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ଫୋନ କରି ପୁଲିସକୁ ଡାକିଲେ, ଓଲଟା ସେଇ ପୁଲିସ ଆଗରେ ମାଡ଼ ଖାଇ ଲହୁ ଲୁହାଣ ହେଲେ। ଆମ କମିଶନରେଟ୍  ପୁଲିସର ଏଭଳି ପାରିବାପଣିଆକୁ ନେଇ ଚର୍ଚ୍ଚା ।  ଗାଡି ପାର୍କିଂକୁ କେନ୍ଦ୍ର କରି କଟକ ରୋଡ଼୍‌ରେ ଥିବା ଭଗବାନ ଟାଓ୍ୱାର ସାମ୍ନାରେ ଜଣେ  ପଞ୍ଜାବୀ ବ୍ୟକ୍ତିଙ୍କୁ ଯେଭଳି ଆକ୍ରମଣ କରାଗଲା ତାହା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଘରକୁ ପ୍ରବେଶ କରିବାରେ  ଅସୁବିଧା ହେଉଥିବାରୁ ରାସ୍ତାରେ ଗାଡି ନରଖିବାକୁ କହିଥିଲେ ଆପାର୍ଟମେଣ୍ଟରେ ରହୁଥିବା ପରମିନ୍ଦର ପାଲ  ସିଂହ। ଏହାକୁ ନେଇ ଦୁର୍ବୃତ୍ତ  ତାଙ୍କୁ ଠେଲାପେଲା କରିଥିଲେ । ପରମିନ୍ଦର ଫୋନ କରି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ । କିଛି ସମୟ ପରେ ପିସିଆର ଭ୍ୟାନ୍ ବି  ଆସିଥିଲା । ତେବେ ପୁଲିସ ପରମିନ୍ଦରଙ୍କୁ ଭେଟିବା ପୂର୍ବରୁ ତାଙ୍କୁ ଖରାପ ବ୍ୟବହାର କରିଥିବା ଦୁର୍ବୃତ୍ତଙ୍କୁ ହାବୁଡିଥିଲା।  ପରମିନ୍ଦର  ଯେତେବେଳେ ତଳକୁ ଆସି ପୁଲିସକୁ ଘଟଣା ସଂପର୍କରେ ଜଣାଉଥିଲେ ସେଠାରେ ଉପସ୍ଥିତ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ।  ଭୀଷଣ  ମାଡ଼ ମାରିବା ସହ ପଥରରେ ତାଙ୍କ ଆଖିକୁ ଛେଚି ଦେଇଥିଲେ। ସେଠାରେ ଉପସ୍ଥିତ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ବେଳେ ପରମିନ୍ଦରକୁ  ସୁରକ୍ଷା ଦେଇନଥିଲା କି ଆକ୍ରମଣକାରୀଙ୍କୁ ରୋକିନଥିଲା।

ଆକ୍ରମଣକାରୀ ହେଉଛନ୍ତି ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା ଓ ତାର ସହଯୋଗୀ ଶଙ୍କର ରାଉତ।  ଦୀପକ ମହାନ୍ତିକୁ ଗତକାଲି ପୁଲିସ ଗିରଫ କରିଥିବା ବେଳେ ଆଜି ଗିରଫ ହୋଇଛି ଦୀପକ ଜେନା।   ତେବେ ପୁଲିସ ସାମ୍ନାରେ ସହାୟତା ପାଇଁ ଗୁହାରୀ କରିଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ମରାଣାତ୍ମକ ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି। ତେଣେ କମିଶନରେଟ ପୁଲିସ ବି ଅବହେଳା ହୋଇଥିବା ମାନିବା ସହ ଦାୟୀତ୍ୱହିନତା ପାଇଁ ପିସିଆର ଇନଚାର୍ଜଙ୍କୁ  ସସପେଣ୍ଡ କରିଛି । ସେହିପରି ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାଜର୍ସିଟ୍ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।

Related story