ଏପ୍ରିଲରେ ସରୁଛି ଏହି ସବୁ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 10:07 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାନକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏପ୍ରିଲରେ ବିଜେଡିର ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲୀପ ତିର୍କି ଓ ବିଜେଡି ସମର୍ଥିତ ସ୍ୱାଧୀନ ସାଂସଦ ଏଭି ସ୍ୱାମୀଙ୍କ କାର୍ଯ୍ୟାକାଳ ଶେଷ ହେଉଥିବାରୁ କିଏ ରାଜ୍ୟସଭାକୁ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ରେସ୍ ପାଇଁ ବିଜେଡି ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ଏନେଇ ଲବି ବି ଆରମ୍ଭ ହେଲାଣି। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ପାଇଁ ଶେଷ ନିର୍ବାଚନ ହୋଇଥିବାରୁ ପ୍ରାର୍ଥୀ ଚୟନ ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଚ୍ୟାଲେଂଜ ସାମ୍ନା କରିପାରନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;ଦଳୀୟ ସୂଚନା ମୁତାବକ, କାର୍ଯ୍ୟକାଳ ସରୁଥିବା ସାଂସଦଙ୍କୁ ଆଉ ଥରେ ରାଜ୍ୟସଭାକୁ ପଠାଇବା ସମ୍ଭାବନା କମ। ତେଣୁ ଏବେ ପ୍ରାର୍ଥୀତ୍ୱ ରେସ୍&zwnj;ରେ ଚର୍ଚ୍ଚାରେ ଅଛନ୍ତି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ, ରବିନାରାୟଣ ନନ୍ଦ, ଦଳର ଉପସଭାପତି ବିମ୍ବାଧର କୁଅଁର, ମୁନା ଖାଁ, ରଘୁନାଥ ମହାନ୍ତି, ଉମେଶ ସ୍ୱାଇଁ ପ୍ରମୁଖ। ତେବେ ଅନୁସୂଚିତ&nbsp; ଜାତି, ଜନଜାତି ଓ ମହିଳା ବର୍ଗରୁ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଦଳ ବାହାରୁ କୌଣସି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଟିକେଟ୍ ଦେଇ ନବୀନ ନିଜର ଇମେଜ୍ କାର୍ଡ ବି ଖେଳି ପାରନ୍ତି। ସେ ଦୃଷ୍ଟିରୁ ଚର୍ଚ୍ଚାରେ ଅଛନ୍ତି ଡାକ୍ତର ଅଶୋକ ମହାପାତ୍ର, ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଓଡ଼ିଶାର ପୂର୍ବତନ ତଥା କେରଳରେ ପ୍ରନିସିପାଲ୍ ଏଜି ଦାୟିତ୍ୱରେ ଥିବା ଅମର ପଟ୍ଟନାୟକ, ସ୍କିଲ୍ ଡେଭଲମେଣ୍ଟ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚୀ ପ୍ରମୁଖ।</p> <p>ରାଜ୍ୟସଭାକୁ ଯିବା ପାଇଁ ଏବେ ଦାୟିତ୍ୱରେ ଥିବା କିଛି ମନ୍ତ୍ରୀ, ବିଧାୟକ ମଧ୍ୟ ଇଚ୍ଛକ ଅଛନ୍ତି। ତେବେ ସାଧାରଣ ନିର୍ବାଚନ ଏକ ବର୍ଷ ଥିବାରୁ ଏମାନଙ୍କ ଭିତରୁ କାହାକୁ ପଠା ଯାଇନପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆଗକୁ ସାଧାରଣ ନିର୍ବାଚନ, ପୁଣି ଦଳରେ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଥିବାରୁ ନବୀନଙ୍କ ପାଇଁ ରାଜ୍ୟସଭା ପ୍ରାର୍ଥୀ ବାଛିବାରେ ଅନେକ ଚ୍ୟାଲେଞ୍ଜ ଆସିପାରେ।</p> <p>https://youtu.be/tNP4fbYYqZU</p>

Related story