ରାୟଗଡା ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ନମୁନା ସଂଗ୍ରହ କଲା ସାଇଣ୍ଟିଫିକ ଟିମ୍

ରାୟଗଡା:  ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କଣା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଗବନ୍ଧୁ କଲକା ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇ ପୋଡିଦିଆଯିବା ଘଟଣାରେ ବୁଧବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥାଳରେ ପହଞ୍ଚି ନମୁନା ସଂଗ୍ରହ କରିଛି। ଅଧିକ ତଦନ୍ତ ପାଇଁ କୋରାପୁଟରୁ ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ମୃତକଙ୍କ ଘର ଓ ଶ୍ମଶାନରୁ ରକ୍ତ ନମୁନା, ମାଟି, ପାଉଁସ ଓ ହାଡ଼ ନମୁନା ସଂଗ୍ରହ କରି ଫେରିଛନ୍ତି। ଏହି ଘଟଣାରେ ୩ ନାବାଳକ […]

nayagara

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 07:00 AM IST

ରାୟଗଡା:  ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କଣା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଗବନ୍ଧୁ କଲକା ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇ ପୋଡିଦିଆଯିବା ଘଟଣାରେ ବୁଧବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥାଳରେ ପହଞ୍ଚି ନମୁନା ସଂଗ୍ରହ କରିଛି। ଅଧିକ ତଦନ୍ତ ପାଇଁ କୋରାପୁଟରୁ ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ମୃତକଙ୍କ ଘର ଓ ଶ୍ମଶାନରୁ ରକ୍ତ ନମୁନା, ମାଟି, ପାଉଁସ ଓ ହାଡ଼ ନମୁନା ସଂଗ୍ରହ କରି ଫେରିଛନ୍ତି। ଏହି ଘଟଣାରେ ୩ ନାବାଳକ ସମେତ ୧୦ଜଣଙ୍କୁ ପୋଲିସ ଗିରଫ କରିଛି ।

ମୃତ ଜଗବନ୍ଧୁ ବହୁଦିନ ଧରି ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଗାଁ ଲୋକେ ତାଙ୍କୁ ଏଥିରୁ ନିବୃତ ରହିବାକୁ ତାଗିଦ କରିଥିଲେ। ତେବେ ଜଗବନ୍ଧୁ ଗାଁ ଲୋକଙ୍କ କଥା ନଶୁଣିବାରୁ ଶେଷରେ ତାଙ୍କୁ ଜୀବନରୁ ମାରିଦେଇଥିବା ଅଭିଯୁକ୍ତମାନେ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

Related story