ସିନିଅର ଛାତ୍ରଙ୍କୁ ବିଜେଡି ଛାତ୍ରଙ୍କ ବୁଡ଼େଇ ମାରିବା ଉଦ୍ୟମ ଭିଡ଼ିଓ ଭାଇରାଲ!

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ରେ ଜୁନିୟରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିଲେ। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଆଉ ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ନଜରକୁ ଆସିଛି। ରସାଳପୁରସ୍ଥିତ ଯଦୁନାଥ କଲେଜର ଯୁକ୍ତ ୩ର ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ତାଙ୍କର କେତେକ ସହପାଠୀ ଓ ଜୁନିଅର ଛାତ୍ର ପୋଖରୀରେ ବୁଡ଼ାଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ […]

balasore

Manoranjan Sial
  • Published: Saturday, 31 August 2019
  • , Updated: 31 August 2019, 05:03 PM IST

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ରେ ଜୁନିୟରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିଲେ। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଆଉ ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ନଜରକୁ ଆସିଛି। ରସାଳପୁରସ୍ଥିତ ଯଦୁନାଥ କଲେଜର ଯୁକ୍ତ ୩ର ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ତାଙ୍କର କେତେକ ସହପାଠୀ ଓ ଜୁନିଅର ଛାତ୍ର ପୋଖରୀରେ ବୁଡ଼ାଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ନେଇ ଦୀର୍ଘ ଦିନ ହେଲା ଆଶାୟୀ ଓ ବିରୋଧୀ ଗୋଷ୍ଠୀ କଥା କଟାକଟି ହୋଇଥିଲେ। ଗତକାଲି ଛାତ୍ର ଜଣକ କ୍ଲାସ ସାରି ଫେରୁଥିଲେ। ଏହି ସମୟରେ କେତେକ ଛାତ୍ର ତାଙ୍କୁ ପ୍ରଥମେ ଅଟକାଇ ଥିଲେ। ତା’ପରେ ଠେଲି ଠେଲି ନେଇ କ୍ୟାମ୍ପସ ପରିସରରେ ଥିବା ପୋଖରୀରେ ବୁଡ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ! ଆକ୍ରମଣ କରିଥିବା ଛାତ୍ରମାନେ ବିଜୁ ଛାତ୍ର ଜନତା ଦଳର ବୋଲି ରାଗିଂରେ ଶିକାର ହୋଇଥିବା ଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କରିବା ସହିତ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏପରିକି କଲେଜ ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡାଙ୍କୁ ମଧ୍ୟ ଜଣାଇଥିଲେ। ଏହି ମାମଲା ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ କଲେଜ ଅଧ୍ୟକ୍ଷ ଡାକି ଆଲୋଚନା କରିଥିଲେ। ମାତ୍ର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ରାଗିଂରେ ଶିକାର ହୋଇଥିବା ଛାତ୍ର ଅଭିଯୋଗ କରିଛନ୍ତି।

କଲେଜ କର୍ତ୍ତୃପକ୍ଷଙ୍କଠାରୁ ନିରାଶ ହୋଇ ଆଜି ଛାତ୍ରମାନେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମାଧ୍ୟମରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Related story