ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଶିଷ୍ଟ ଭାସ୍କର୍ଯୀ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ତାଙ୍କ ସହ ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ମଧ୍ୟ ଶପଥ ନେଇଛନ୍ତି।
ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାର୍ଯ୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଓଡ଼ିଶୀ ଓ ଭାରତନାଟ୍ୟମ୍ରେ ବେଶ ନିପୁଣ। ଏଥିସହ ମଣିପୁରୀ ଓ କୁଚିପୁଡ଼ି ନୃତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ଉଭୟଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ରଥଯାତ୍ରା ଦିନ ମନୋନୀତ କରିଥିଲେ ରାଷ୍ଟ୍ରପତି।