ଏଆଇସିସି ନୂଆ କମିଟିରୁ ସୁଶୀଳା ଆଉଟ୍‌, ରାମଚନ୍ଦ୍ର ଇନ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଆଇସିସି ଘୋଷଣା କରିଛି ନୂଆ ଓ୍ୱାର୍କିଂ କମିଟି। କଂଗ୍ରେସର ଏହି ସର୍ବ କ୍ଷମତାଶାଳୀ କମିଟିରେ ୫୧ ଜଣ ସଦସ୍ୟ ରହିଛନ୍ତି। ନୂଆ କଂଗ୍ରେସ ଓ୍ୱାର୍କିଂ କମିଟି (ସିଡବ୍ଲ୍ୟୁସି)ରୁ ଦଳର ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦୀ ବାଦ ପଡ଼ିଛନ୍ତି। ସେହିପରି ଦିଗବିଜୟ ସିଂହ, କମଲ ନାଥ, ସୁଶୀଲ କୁମାର ସିନ୍ଦେ, ମୋହନ ପ୍ରକାଶ ଓ ସିପି ଯୋଶୀ ପ୍ରମୁଖଙ୍କୁ ମଧ୍ୟ ବାଦ ଦିଆଯାଇଛି। ପୂର୍ବରୁ ସିଡବ୍ଲ୍ୟୁସି ସଦସ୍ୟ ଥିବା ଓଡିଶାର ସୁଶୀଳା ତିରିଆ ନୂଆ […]

rahul-gandhi-constitutes-new-cwc-drops-many-senior-leaders

Rakesh Mallick
  • Published: Tuesday, 17 July 2018
  • , Updated: 18 July 2018, 07:29 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଆଇସିସି ଘୋଷଣା କରିଛି ନୂଆ ଓ୍ୱାର୍କିଂ କମିଟି। କଂଗ୍ରେସର ଏହି ସର୍ବ କ୍ଷମତାଶାଳୀ କମିଟିରେ ୫୧ ଜଣ ସଦସ୍ୟ ରହିଛନ୍ତି। ନୂଆ କଂଗ୍ରେସ ଓ୍ୱାର୍କିଂ କମିଟି (ସିଡବ୍ଲ୍ୟୁସି)ରୁ ଦଳର ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦୀ ବାଦ ପଡ଼ିଛନ୍ତି। ସେହିପରି ଦିଗବିଜୟ ସିଂହ, କମଲ ନାଥ, ସୁଶୀଲ କୁମାର ସିନ୍ଦେ, ମୋହନ ପ୍ରକାଶ ଓ ସିପି ଯୋଶୀ ପ୍ରମୁଖଙ୍କୁ ମଧ୍ୟ ବାଦ ଦିଆଯାଇଛି।

ପୂର୍ବରୁ ସିଡବ୍ଲ୍ୟୁସି ସଦସ୍ୟ ଥିବା ଓଡିଶାର ସୁଶୀଳା ତିରିଆ ନୂଆ କମିଟିରୁ ବାଦ୍ ପଡ଼ିଛନ୍ତି। ଘୋଷିତ ହୋଇଥିବା ୧୮ ଜଣିଆ ସ୍ଥାୟୀ ନିମନ୍ତ୍ରିତ କମିଟିରେ ଏକମାତ୍ର ଓଡ଼ିଆ ଭାବେ ରାମଚନ୍ଦ୍ର ଖୁଣ୍ଟିଆ ସ୍ଥାନ ପାଇଛନ୍ତି। ସିଡବ୍ଲ୍ୟୁସି ସଦସ୍ୟ ତାଲିକାରେ ଦଳର ସଭାପତି ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ମନମୋହନ ସିଂହ, ମୋତିଲାଲ ଭୋରା, ଗୁଲାମ ନବୀ ଆଜାଦ, ମଲ୍ଲିକାର୍ଜୁନ ଖାଡ଼ଗେ, ଏକେ ଆଣ୍ଟୋନୀ, ଅହମଦ୍‌ ପଟେଲ ଓ ଅମ୍ୱିକା ସୋନୀଙ୍କ ସମେତ ୨୩ ଜଣ ସ୍ଥାନ ପାଇଛନ୍ତି। ସେହିପରି ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ତାଲିକାରେ ୧୦ ଜଣଙ୍କୁ ସାମିଲ୍‌ କରାଯାଇଛି।

Related story