ବାର୍‌ରେ ଚଢ଼ାଉ, ୧୦ ଯୁବତୀ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଖାରବେଳ ନଗରରେ ଥିବା ଏକ ବାର୍‌ରେ ଗତକାଲି ରାତିରେ ପୁଲିସ୍ ଚଢ଼ଉ କରି ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଯୁବତୀମାନେ ସେଠାରେ ଡ୍ୟାନ୍ସ କରୁଥିଲେ। ସେମାନଙ୍କୁ ଉଦ୍ଧାର କରି ସର୍ଟ-ଷ୍ଟେ ହୋମ୍‌କୁ ପଠାଇ ଦିଆଯାଇଛି।

ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁମତି ନଥାଇ ଏହି ବାର୍‌ରେ ଡ୍ୟାନ୍ସ ଚାଲିଥିଲା। ଡ୍ୟାନ୍ସ ଓ ମ୍ୟୁଜିକାଲ୍‌ ଇଭେଣ୍ଟ୍‌ ପାଇଁ ଏହି ବାର୍‌କୁ ଅନୁମତି ମିଳିନାହିଁ। ଏହା ସହିତ ଏଠାରେ ଅଶ୍ଳୀଳ ଡ୍ୟାନ୍ସ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା।

dancebar
ଏହି ଯୁବତୀମାନଙ୍କୁ ଉଦ୍ଧାର କରାଯାଇଛି

ପୁଲିସ୍‌ ବାର୍‌କୁ ସିଲ୍‌ କରି ଦେଇଛି। ବାର୍‌ର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। କେତେଦିନରୁ ଏଠାରେ ଏହି ବେଆଇନ୍ ନୃତ୍ୟଗୀତ ଚାଲିଥିଲା ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।