ଧନମଣ୍ଡିରେ ଚଢାଉ: ଚାଷୀଙ୍କୁ ଠକୁଥିବା ୩ ଦଲାଲ ଧରାପଡ଼ିଲେ

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 04:44 PM IST
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ସ୍ଥାନୀୟ ଚାଷୀଙ୍କ ଠାରୁ କମଦରରେ ଧାନ କିଣି ମଣ୍ଡିରେ ବିକୁଥିବା ଅଭିଯୋଗରେ ମାଲକାନଗିରି କାଲଦାପାଲ୍ଲୀ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ାଉ&nbsp; କରି ୩ ଜଣ ଦଲାଲଙ୍କୁ ଧରିଛି। ଏହାପରେ ଉକ୍ତ ଦଲାଲମାନଙ୍କୁ ପୋଲିସର ଜିମା ଦିଆଯାଇଛି। ତେବେ ଘଟଣା ସ୍ଥଳରୁ ୫ ଜଣ ଦଲାଲ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି। ସମସ୍ତ ୮ ଅଭିଯୁକ୍ତଙ୍କ ନାଁରେ ପଡିଆ ଥାନାରେ ଯୋଗାଣ ବିଭାଗ ଏତଲା ଦେଇଛି।</p> <p>ଅନ୍ୟପଟେ ବାହାର ରାଜ୍ୟକୁ ଧାନ ଚୋରା ଚାଲାଣ ବେଳେ ଗୋଟିଏ ଟ୍ରକ ଏବଂ ମିନିଟ୍ରକ ଜବତ କରିଛି ଯୋଗାଣ ବିଭାଗ। ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ଅଭିଯୋଗ ପରେ, ଯୋଗାଣ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା।</p>

Related story