ଭଦ୍ରକ(ପାର୍ଥ ସାରଥୀ ନାୟକ): ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଗଲେ ଇଟା ମାଫିଆ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଜିଲ୍ଲାର ଖଡ଼ିପଦା ପଞ୍ଚାୟତର ଶୁକଦେବପୁର ହୋସେନ ଅଞ୍ଚଳରେ ୪ ବର୍ଷ ହେବ ଇଟା ମାଫିଆମାନେ ବେଆଇନ ଭାବେ ଇଟା ପକାଇବା ସହ ଆତଙ୍କରାଜ ଚଳାଇ ଆସୁଥିଲେ।
ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଅତିରିକ୍ତ ତହସିଲଦାର ଲଗ୍ନଜିତ୍ ବେହେରା ଗତକାଲି ଇଟା ପଡୁଥିବା ସ୍ଥାନରେ ଚଢ଼ଉ କରିଥିଲେ। ଏହାସହ ଦମକଳ ଗାଡ଼ି ଆସି ଇଟାଗୁଡ଼ିକ ନଷ୍ଟ କରିଥିଲା। ଏହାପରେ ଇଟା ମାଫିଆ ଓ ଶ୍ରମିକମାନେ ଆସି ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଅଟକାଇଥିଲେ। ତେବେ ଅତିରିକ୍ତ ତହସିଲଦାର ଇଟା ମାଫିଆଙ୍କ ଉପରେ ଜରିମାନା ଲଗାଇଛନ୍ତି। ଏଥିସହ ସପ୍ତାହ ମଧ୍ୟରେ ବକେୟା ୮ ଲକ୍ଷ ଟଙ୍କା ଓ ଚଳିତ ଥରର ଜରିମାନା ଟଙ୍କା ପୈଠ କରିବାକୁ ସମୟ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।