ପୁରୀ(ଓଡ଼ିଶା ରିପୋର୍ଟର): ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢ଼ଉ କରିବାରୁ ଉଭୟ ପକ୍ଷ ମଧ୍ୟରେ ହୋଇଛି ଗଣ୍ଡଗୋଳ। ଧସ୍ତାଧସ୍ତିରେ ଜଣେ ASI ଓ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ଏପରି ଘଟଣା ପୁରୀ ଜିଲ୍ଲା କାକଟପୁର ଥାନା ଭଣ୍ଡସାହି ଗାଁରେ ଘଟିଛି।
ପୁରୀ ଜିଲ୍ଲା କାକଟପୁର ଥାନା ଭଣ୍ଡସାହି ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ଖବର ପାଇ ପୁଲିସ୍ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ୍ ସହିତ ସ୍ଥାନୀୟ ଲୋକଙ୍କର ଧସ୍ତାଧସ୍ତି ହେଲା। ଏପରିକି ଲୋକେ ପୁଲିସ୍ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଧସ୍ତାଧସ୍ତିରେ ଜଣେ ASI ଓ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ପୁଲିସ୍ ୪ ଜୁଆଡ଼ିଙ୍କୁ ଗିରଫ କରିଛି। ପୋଲିସକୁ ଆକ୍ରମଣ ଅଭିଯୋଗରେ ଜଣେ ସରପଞ୍ଚଙ୍କ ସମେତ ୩ ଜଣ ଅଟକ ଅଛନ୍ତି । ନିମାପଡ଼ା ଏସ୍ଡିପିଓ ଘଟଣାର ତଦନ୍ତ କରୁଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି; କିଛି ଗଲେ, କିଛି ଆସିଲେ
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।