ଫୁଲବାଣୀ (ତ୍ରିନାଥ ସାହୁ): ଆଜି କନ୍ଧମାଳ ଜିଲ୍ଲାରୁ ୭ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ରାଇକିଆ ଥାନାର ଜଣେ ASI ଅଛନ୍ତି। ASI ଜଣକ ‘କରୋନା’ ପଜିଟିଭ ଚିହ୍ନଟ ହେବା ପରେ ଥାନାର ସବୁ କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି। ଏଥିସହ ସମଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଜି.ଉଦୟଗିରି SDPO ଜୟକୃଷ୍ଣ ପ୍ରଧାନ କହିଛନ୍ତି।
ଆକ୍ରାନ୍ତ ଏଏସ୍ଆଇଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଥାନାରେ କାର୍ଯ୍ୟରତ ୨୫ କର୍ମଚାରୀଙ୍କ ‘କରୋନା’ ଟେଷ୍ଟ ସହିତ ଥାନାକୁ ସମ୍ପୂର୍ଣ ବିଶୋଧନ କରାଯାଉଛି। ‘କରୋନା’ ପାଇଁ ବର୍ତ୍ତମାନ ଥାନାରେ ଏକ ପ୍ରକାର ଅଚଳାବସ୍ଥା ଲାଗି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।