ଏହି ନମ୍ବରରେ ଫୋନ୍‌ କରନ୍ତୁ, ରେଲୱେ ଫେରାଇ ଦେବ ଆପଣଙ୍କ ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରେଲୱେ ହେଲ୍ପଲାଇନ ନମ୍ବର୍ ୧୮୨ର ଉପାଦେୟତା ନେଇ ସୂଚନା ଦେଇଛି ରେଲୱେ।  ୧୮୨ ନମ୍ବର ମାଧ୍ୟମରେ ଯାତ୍ରୀଙ୍କୁ ଅନେକ ସହାୟତା ମିଳିଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ୩୧୦ଟି ମାମଲାରେ ଟ୍ରେନ୍‌ରେ ଛାଡ଼ି ଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଛି। ୨୩୭ଟି ଲଗେଜ୍ ସମ୍ବନ୍ଧୀୟ ଜିନିଷପତ୍ର, ମନିପର୍ସ, ଲାପଟପ୍ ଓ ମୋବାଇଲ ଫୋନ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ୨୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। […]

b-90

b-90

Tapas Behera
  • Published: Sunday, 08 September 2019
  • Updated: 08 September 2019, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରେଲୱେ ହେଲ୍ପଲାଇନ ନମ୍ବର୍ ୧୮୨ର ଉପାଦେୟତା ନେଇ ସୂଚନା ଦେଇଛି ରେଲୱେ।  ୧୮୨ ନମ୍ବର ମାଧ୍ୟମରେ ଯାତ୍ରୀଙ୍କୁ ଅନେକ ସହାୟତା ମିଳିଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ୩୧୦ଟି ମାମଲାରେ ଟ୍ରେନ୍‌ରେ ଛାଡ଼ି ଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଛି।

୨୩୭ଟି ଲଗେଜ୍ ସମ୍ବନ୍ଧୀୟ ଜିନିଷପତ୍ର, ମନିପର୍ସ, ଲାପଟପ୍ ଓ ମୋବାଇଲ ଫୋନ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ୨୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ୧୮୨ ହେଲ୍ପ ଲାଇନ୍ ନମ୍ବର ଦ୍ୱାରା ଅନେକ ଯାତ୍ରୀଙ୍କୁ ସେମାନଙ୍କ ହଜିବା ସାମଗ୍ରୀ ମିଳିପାରିଛି। ଆରପିଏଫ୍ ଦ୍ୱାରା ଏହି ହେଲ୍ପ ଲାଇନ୍ ନମ୍ବର ପରିଚାଳିତ ହେଉଛି। ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ମାମଲାରେ ପ୍ରାୟ ୫୪ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos