ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ। ପବନ ବୋହିବା ସହିତ ବଜ୍ରପାତ ବି ହୋଇପାରେ। ଏଥିପାଇଁ ୧୬ ଜିଲ୍ଲାକୁ ଅପରାହ୍ନ ୪ଟା୧୫ ଯାଏଁ ସତର୍କ ରହିବାକୁ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।
ସେହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ରାୟଗଡ଼ା, ଗଜପତି ଗଞ୍ଜାମ, କଟକ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ କୋରାପୁଟ। ଏହି ସମୟରେ ଘୂର୍ଣ୍ଣଝଡ଼ ହେବା ସହ ପବନର ବେଗ ୫୦ରୁ ୬୦ କି.ମି. ରହିବ। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ଗତକାଲି ରାଜଧାନୀ ସମେତ ଆଉ କିଛି ସ୍ଥାନରେ ବର୍ଷା ହୋଇଥିଲା। ଫଳରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ଭୁବନେଶ୍ୱରରେ କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।