ଆଣ୍ଠୁଏ ପାଣିରେ ପ୍ୟାରେଡ କଲେ ପୁଲିସ କର୍ମୀ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପ୍ୟାରେଡରେ ବାଧକ ସାଜିଛି ବର୍ଷା । ଆଣ୍ଠୁଏ ଉଚ୍ଚର ପାଣିରେ ପ୍ୟାରେଡ କରିଛନ୍ତି ପୁଲିସ୍‌ କର୍ମୀ। ‌ଏହି ଘଟଣା ଘଟିଛି ନବରଙ୍ଗପୁର ସହରରେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ୟାରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣିରେ ପୁଲିସ କର୍ମୀ ପ୍ୟାରେଡ କରିଥିଲେ। ପୁଲିସ୍‌ କର୍ମୀଙ୍କ ସହ ପ୍ୟାରେଡରେ ସାମିଲ ହୋଇଥିବା ଅନ୍ୟ ଅଧିକାରୀ ମଧ୍ୟ ନାନା ହନ୍ତସନ୍ତ ହୋଇଥିଲେ।

ପୁଲିସ ବ୍ୟାଣ୍ଡ ସହ ସମସ୍ତେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପ୍ୟାରେଡ କରିଥିଲେ।