ଭାସିଲା ପୁରୀ ସହର; ବଡ଼ଦାଣ୍ଡ, ଶରଧାବାଲି ଜଳାର୍ଣ୍ଣବ
ପୁରୀ (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳାର୍ଣ୍ଣବ ହୋଇଯାଇଥିଲା ବେଳେ ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବର୍ଷା ଯୋଗୁ ପୁରୀ ସହରର ବିଭିନ୍ନ ସାହି ଓ ଗଳିରେ ପାଣି ବହୁଛି। ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି।
ବଡ଼ଦାଣ୍ଡ ଓ ଶରଧାବାଲି ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ସହରର ଅନେକ ଦୋକାନରେ ପାଣି ପଶିଯାଇଛି। ଏଭଳି ସ୍ଥିତି ଯୋଗୁ ଲୋକେ ଭାରି ହଇରାଣ ହେଉଛନ୍ତି।
ଦେଖନ୍ତୁ ଭିଡିଓ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।