ସକ୍ରିୟ ହେଉଛି ମୌସୁମୀ, ୨୩ରୁ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସକ୍ରିୟ ହେବ ମୌସୁମୀ ବାୟୁ। ଆଉ ବର୍ଷା ବି ହେବ। ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ମିଳିବ। ଜୁନ ୨୩ ରୁ ୨୫  ମଧ୍ୟର ପୁଣି ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ବର୍ଷା ହେବ। ଏଭଳି  ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ […]

rain in bbst

rain in bbst

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 05:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସକ୍ରିୟ ହେବ ମୌସୁମୀ ବାୟୁ। ଆଉ ବର୍ଷା ବି ହେବ। ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ମିଳିବ। ଜୁନ ୨୩ ରୁ ୨୫  ମଧ୍ୟର ପୁଣି ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ବର୍ଷା ହେବ। ଏଭଳି  ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବ। ଏହାସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଶୁଖିଲା ରହିବ। ତେବେ ସେଠାରେ ତାପମାତ୍ରା ପୂର୍ବାପେକ୍ଷା ସାମାନ୍ୟ କମିବ।

ଜୁନ ୧ ତାରିଖରୁ ଆଜି ମଧ୍ୟରେ ସାରା ରାଜ୍ୟରେ ୩୭ ପ୍ରତିଶତରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ ହବିବୁର ରେହେମାନ୍ ବିଶ୍ୱାସ।

ନିର୍ଦ୍ଧାରିତ ସମୟ ବହୁ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। ଦୁଇରୁ ତିନି ବର୍ଷା ହୋଇଥିଲା। ପରେ ବର୍ଷା ଗାଏବ ହୋଇଯାଇଥିଲା। ଲେଉଟିଲା ଗରମ। ତାପମାତ୍ର ୪୦ ଉପରେ ରହିଲା। ଯାହାଫଳରେ ଜୀବନ ଯାତ୍ରା ପ୍ରବାଭିତ ହୋଇଥିଲା। ଗରମରେ ସିଝିଲା ସମଗ୍ର ରାଜ୍ୟ। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos