୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ। କିଛି ଅଞ୍ଚଳରେ ବର୍ଷା ଓ ଭୟଙ୍କର ବଜ୍ରପାତ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଠମଲ୍ଲିକ, ହରଭଙ୍ଗା, ନରସିଂହପୁର,  କୋମନା, ନୂଆପଡ଼ା, ଝାରସୁଗୁଡ଼ା, କୋଲାବିରା, କିରିମିରା, ସୁନ୍ଦରଗଡ଼, […]

Rain-in-Bhubaneswar8888

Manoranjan Sial
  • Published: Thursday, 06 June 2019
  • , Updated: 06 June 2019, 06:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ।

କିଛି ଅଞ୍ଚଳରେ ବର୍ଷା ଓ ଭୟଙ୍କର ବଜ୍ରପାତ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଠମଲ୍ଲିକ, ହରଭଙ୍ଗା, ନରସିଂହପୁର,  କୋମନା, ନୂଆପଡ଼ା, ଝାରସୁଗୁଡ଼ା, କୋଲାବିରା, କିରିମିରା, ସୁନ୍ଦରଗଡ଼, ଲୋକସିଂହା, ସୋନପୁର, ଡୁଙ୍ଗୁରିପାଲି, ବିନିକା, ଭେଡେନ, ବରପାଲି, ବରଗଡ଼, ସୋହେଲା, କିଶୋରନଗର, ରେଢ଼ାଖୋଲ, ତୁରେଇକେଲା, ଖପ୍ରାଖୋଲ ଓ ପାଇକମାଳକୁ ସତର୍କ ସୂଚନା ଜାରି କରାଯାଇଛି।

କାଳବୈଶାଖୀ ପ୍ରଭାବରେ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ତେବେ ଝିପିଝିପି ବର୍ଷା ବିଳମ୍ୱିତ ରାତି ପର୍ଯ୍ୟନ୍ତ ଲାଗି ରହିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଏପରିସ୍ଥିତିରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Related story