ଆସୁଛି ବର୍ଷା, ଝଡ଼ ତୋଫାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ବର୍ଷା ଓ ଝଡ଼ ତୋଫାନ୍‌। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ସତର୍କତା ଜାରି କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ସାନ୍‌ ହୋଇଯାଉଥିଲା। କିନ୍ତୁ ଆଜି ପାଗର ସାମାନ୍ୟ ପରିବର୍ତ୍ତନ […]

kalahandi rain

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ବର୍ଷା ଓ ଝଡ଼ ତୋଫାନ୍‌। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ସତର୍କତା ଜାରି କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ସାନ୍‌ ହୋଇଯାଉଥିଲା। କିନ୍ତୁ ଆଜି ପାଗର ସାମାନ୍ୟ ପରିବର୍ତ୍ତନ ଦେଖାଦେଇଥିଲା। ସକାଳେ କାଉଁଳିଆ ପାଗ କରିଥିଲା। ଦିନ ଗଡ଼ିଲା ବେଳକୁ ଖରାର ପ୍ରକୋପ ସାମାନ୍ୟ ବଢ଼ିଥିଲା। ତେବେ ସନ୍ଧ୍ୟାରେ ବର୍ଷା ସହ ଝଡ଼ ତୋଫାନ୍‌ ହେବାର ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ହେବା ସହ ପବନ ବୋହିବ। ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବା ସମ୍ଭାବନା ରହିଛି। ଏହାର ପ୍ରଭାବ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ବରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିବ।

Related story