ଗରମରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। କାରଣ ରାଜ୍ୟର କିଛି ସ୍ଥାନରେ  ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌ଆର୍‌ ବିଶ୍ୱାସଙ୍କ କହିବା ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ […]

HEAT WAVE (1)

Manoranjan Sial
  • Published: Saturday, 26 March 2022
  • , Updated: 26 March 2022, 05:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। କାରଣ ରାଜ୍ୟର କିଛି ସ୍ଥାନରେ  ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌ଆର୍‌ ବିଶ୍ୱାସଙ୍କ କହିବା ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ବାକି ଜିଲ୍ଲାରେ ପାଗ ମୁଖତଃ ଶୁଖିଲା ରହିବ। ସେହିପରି ଏସକୁ ଜିଲ୍ଲାର କିଛି ସ୍ଥାନରେ ଆକାଶ ମେଘୁଆ ରହିପାରେ ବୋଲି ଡକ୍ଟର ବିଶ୍ୱାସ ଅକାଳନ କରିଛନ୍ତି।

https://twitter.com/mcbbsr/status/1507637715671552002?s=20&t=v76hh4kAXZM-5tqywqXcCQ

ସେ ଆହୁରି କହିଛନ୍ତି, ରବିବାର ସକାଳ ସାଢ଼େ ୮ଟାରୁ ସୋମବାର ସକାଳ ସାଢ଼େ ୮ଟା ଭିତରେ ମାଲକାନଗିରି, କୋରାପୁଟ, ରାୟଗଡ଼ ଓ ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮, ୨୯ ଓ ୩୦ ତାରିଖରେ ପାଗ ଶୁଖିଲା ରହିବ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।

https://youtu.be/lz3-I525Tsw

Related story