ଲଗାଣ ବର୍ଷା ଯୋଗୁ ପୋଲ ଉପରେ ଚାଲିଛି ପାଣି

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଭୂତିଆପାଲି ନିକଟରେ ଥିବା ଘୁଂଘିଯୋର ସେତୁ ଉପରେ ପ୍ରାୟ ୪ ଫୁଟ୍‌ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି। ତେଣୁ ବୀରମହାରାଜପୁର ବ୍ଲକ୍‌ ମହକୁମାରୁ ଲୁତୁରପଙ୍କ, ବହଳପଦର, ଦୁର୍ଜନତଇଲା ଓ ଖଣ୍ଡହତା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହପରି ବୀରମହାରାଜପୁରରୁ ରେଢ଼ାଖୋଲ ଏବଂ ଚାରମାଳ ଦେଇ ସମ୍ୱଲପୁରକୁ ମଧ୍ୟ  ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବା […]

sonpur

Jyoshna Pradhan
  • Published: Monday, 29 July 2019
  • , Updated: 29 July 2019, 01:30 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଭୂତିଆପାଲି ନିକଟରେ ଥିବା ଘୁଂଘିଯୋର ସେତୁ ଉପରେ ପ୍ରାୟ ୪ ଫୁଟ୍‌ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି। ତେଣୁ ବୀରମହାରାଜପୁର ବ୍ଲକ୍‌ ମହକୁମାରୁ ଲୁତୁରପଙ୍କ, ବହଳପଦର, ଦୁର୍ଜନତଇଲା ଓ ଖଣ୍ଡହତା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ସେହପରି ବୀରମହାରାଜପୁରରୁ ରେଢ଼ାଖୋଲ ଏବଂ ଚାରମାଳ ଦେଇ ସମ୍ୱଲପୁରକୁ ମଧ୍ୟ  ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି।

Related story