ରାଜ୍ୟର ଘରୋଇ ସେଲଫ୍ ଫାଇନାନସିଂ କଲେଜଗୁଡିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନୋଟିସ୍

ଭୁବନେଶ୍ୱର:  ଆବଶ୍ୟକ ଭିତ୍ତିଭୂମି ନଥିବା ରାଜ୍ୟର ଘରୋଇ ସେଲଫ୍ ଫାଇନାନସିଂ କଲେଜଗୁଡିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନୋଟିସ୍  କରିଛି।୧୦ ଦିନ ମଧ୍ୟରେ ମତ ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଘରୋଇ ସେଲଫ୍ ଫାଇନାନସିଂ କଲେଜଗୁଡିକର ଆବଶ୍ୟକ ଭିତ୍ତିଭୂମି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନୁଧ୍ୟାନ କରିଥିଲା। ରାଜ୍ୟର ଥିବା ୩୧୭ଟି ଘରୋଇ ସେଲଫ୍ ଫାଇନାନସିଂ କଲେଜ ଭିତ୍ତିଭୂମି ସଂପର୍କରେ ପରିଷଦ ୱେବସାଇଟରେ ତଥ୍ୟ ଦିଆଯାଇଛି। ଏହା ଅନୁସାରେ ସବୁ କଲେଜରେ ଆବଶ୍ୟକ ଭିତ୍ତିଭୂମି ନଥିବାବେଳେ […]

colage

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 06:59 AM IST

ଭୁବନେଶ୍ୱର:  ଆବଶ୍ୟକ ଭିତ୍ତିଭୂମି ନଥିବା ରାଜ୍ୟର ଘରୋଇ ସେଲଫ୍ ଫାଇନାନସିଂ କଲେଜଗୁଡିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନୋଟିସ୍  କରିଛି।୧୦ ଦିନ ମଧ୍ୟରେ ମତ ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଘରୋଇ ସେଲଫ୍ ଫାଇନାନସିଂ କଲେଜଗୁଡିକର ଆବଶ୍ୟକ ଭିତ୍ତିଭୂମି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନୁଧ୍ୟାନ କରିଥିଲା। ରାଜ୍ୟର ଥିବା ୩୧୭ଟି ଘରୋଇ ସେଲଫ୍ ଫାଇନାନସିଂ କଲେଜ ଭିତ୍ତିଭୂମି ସଂପର୍କରେ ପରିଷଦ ୱେବସାଇଟରେ ତଥ୍ୟ ଦିଆଯାଇଛି। ଏହା ଅନୁସାରେ ସବୁ କଲେଜରେ ଆବଶ୍ୟକ ଭିତ୍ତିଭୂମି ନଥିବାବେଳେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି ଓ ଲ୍ୟାବ,  ଲାଇବ୍ରେରୀର ସୁବିଧା ମଧ୍ୟ ନାହିଁ। ସେହିପରି କିଛି କଲେଜରେ ନିଜସ୍ୱ ଜମି ନଥିବା ମଧ୍ୟ କୁହାଯାଇଛି। ୨୦୧୪-୧୫ ଶିକ୍ଷା ବର୍ଷ ପାଇଁ କିଛି କଲେଜ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସ୍ୱୀକୃତି ମଧ୍ୟ ପାଇନଥିବା ଏଥିରେ ଉଲ୍ଲେଖ ରହିଛି। ଏହି ତଥ୍ୟ ଆଧାରରେ କଲେଜ କର୍ତ୍ତୃପକ୍ଷ ନିଜ ମତ ରଖିପାରିବେ ବୋଲି କୁହାଯାଇଛି । କଲେଜ କର୍ତ୍ତୃପକ୍ଷଙ୍କଠାରୁ ମତାମତ ପାଇବା ପରେ ପରିଷଦ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହା ଆଧାରରେ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି  କୁହାଯାଇଛି।

Related story