ରାଜଭବନ ଅଞ୍ଚଳ ବିପଦମୁକ୍ତ-ଅଗ୍ନିଶମ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିର ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ  ଏଜି ଛକରୁ ଗଭର୍ଣ୍ଣର ହାଉସ ଛକ ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା। ଆଜି ରାଜଭବନ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯାଇଥିବା ଟ୍ୱିଟ୍ କରି ଏହି ସୂଚନା ଦେଲେ  ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ଅଗ୍ନିଶମ ଡିଜି କହିଛନ୍ତି,  ଉକ୍ତ ପେଟ୍ରୋଲ ପମ୍ପରେ  ଥିବା ଟ୍ୟାଙ୍କରରୁ ଏଲ୍‌ପିଜି ଗ୍ୟାସ ବାହାର କରାଯାଇଛି । ଏହା ପରେ ସଂପୃକ୍ତ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା […]

blast

Niharika Rout
  • Published: Thursday, 08 October 2020
  • , Updated: 08 October 2020, 08:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିର ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ  ଏଜି ଛକରୁ ଗଭର୍ଣ୍ଣର ହାଉସ ଛକ ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା। ଆଜି ରାଜଭବନ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯାଇଥିବା ଟ୍ୱିଟ୍ କରି ଏହି ସୂଚନା ଦେଲେ  ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ଅଗ୍ନିଶମ ଡିଜି କହିଛନ୍ତି,  ଉକ୍ତ ପେଟ୍ରୋଲ ପମ୍ପରେ  ଥିବା ଟ୍ୟାଙ୍କରରୁ ଏଲ୍‌ପିଜି ଗ୍ୟାସ ବାହାର କରାଯାଇଛି । ଏହା ପରେ ସଂପୃକ୍ତ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯାଇଛି ।

ସେପଟେ କମିଶନରେଟ ପୁଲିସ୍‌  ନିଜ ଆଡୁ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଛି। ରାଜଭବନ ନିକଟ IOCL ପେଟ୍ରୋଲ ପମ୍ପରେ ହୋଇଥିବା ଏହି ଅଘଟଣରେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ରାଜଭବନର କିଛି ଝରକା ମଧ୍ୟ ଭାଙ୍ଗି ଯାଇଥିଲା ।

ଏହି ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତର କଟକ ବଡ଼ ମେଡିକାଲେ ଚିକିତ୍ସିତ ହେଉଛନ୍ତି ।

ବିସ୍ଫୋରଣ ଏତେ ଭୟଙ୍କର  ଥିଲା ଯେ, ଛିନ୍‌ଛତ୍ର ହୋଇ କଟା ହାତ, ଗୋଡ଼ ଓ କାନ  ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇ ନ ଥିବା ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

 

Related story