ବଡ଼ ଡାକ୍ତରଖାନାରେ ଭର୍ତ୍ତି ହେଲେ ରାଜେଶ୍ୱରୀ

<p>କଟକ: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗି ମାଡ଼ ଖାଇଥିବା ରାଜେଶ୍ୱରୀ କାମିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ୩ ଦିନ ଜେଲ୍&zwnj;ରେ ରହିବା ପରେ ଗୁରୁତର ଅବସ୍ଥାରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଜଳେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନିଆଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କଟକ ବଡ଼ ମେଡ଼ିକାଲ୍&zwnj;କୁ ରାଜେଶ୍ୱରୀଙ୍କୁ ଅଣାଯିବା ସମୟରେ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ରାଜେଶ୍ୱରୀଙ୍କୁ ବଡ଼ ମେଡିକାଲ୍ ବଦଳରେ ଭୁବନେଶ୍ୱର ଏମ୍ସ ନିଆଯିବାକୁ ଦାବି କରି ତାଙ୍କୁ ଡାକ୍ତରଖାନା ପ୍ରବେଶକୁ ରୋକିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ୍ କର୍ଡନରେ ରାଜେଶ୍ୱରୀଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଲାଗିଥିବା ହତ୍ୟା ଉଦ୍ୟମ ବା ୩୦୭ ଦଫାକୁ ପୋଲିସ୍ ଉଠାଇ ଦେଇଛି।</p>

Ordigital Desk
  • Published: Tuesday, 06 February 2018
  • Updated: 06 February 2018, 09:59 AM IST
<p>କଟକ: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗି ମାଡ଼ ଖାଇଥିବା ରାଜେଶ୍ୱରୀ କାମିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ୩ ଦିନ ଜେଲ୍&zwnj;ରେ ରହିବା ପରେ ଗୁରୁତର ଅବସ୍ଥାରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଜଳେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନିଆଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କଟକ ବଡ଼ ମେଡ଼ିକାଲ୍&zwnj;କୁ ରାଜେଶ୍ୱରୀଙ୍କୁ ଅଣାଯିବା ସମୟରେ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ରାଜେଶ୍ୱରୀଙ୍କୁ ବଡ଼ ମେଡିକାଲ୍ ବଦଳରେ ଭୁବନେଶ୍ୱର ଏମ୍ସ ନିଆଯିବାକୁ ଦାବି କରି ତାଙ୍କୁ ଡାକ୍ତରଖାନା ପ୍ରବେଶକୁ ରୋକିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ୍ କର୍ଡନରେ ରାଜେଶ୍ୱରୀଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଲାଗିଥିବା ହତ୍ୟା ଉଦ୍ୟମ ବା ୩୦୭ ଦଫାକୁ ପୋଲିସ୍ ଉଠାଇ ଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos