ରାଜ୍ୟ କ୍ୟାବିନେଟ ବୈଠକ: ନିମ୍ନ ଆୟକାରୀ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁଲଭ ଦରରେ ମିଳିବ ଘର

ଭୁବନେଶ୍ୱର: ସହରରେ ରହୁଥିବା ନିମ୍ନ ଆୟକାରୀ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁଲଭ ଦରରେ ଘର ଯୋଗାଇବା ଲକ୍ଷ୍ୟରେ ସହକାରଙ୍କ ନୂଆ ଯୋଜନା, ସହରାଞ୍ଚଳରେ ମସସ୍ତଙ୍କ ପାଇଁ ବାସଗୃହ ନୀତି, ଓଡ଼ିଶା ୨୦୧୫କୁ କ୍ୟାବିନେଟ୍ ମୋହର ମାରିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ଓଡିଶା ଗୃହ ନିର୍ମାଣ ମିଶନ ନାମରେ ଏକ ନିର୍ଦ୍ଦେଶାଳୟ ଗଠନ ହେବ। ସହରାଞ୍ଚଳରେ ରହୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କ ଆୟ ବର୍ଷକୁ ୧ଲକ୍ଷ ୮୦ ହଜାରରୁ କମ ଏବଂ ନିମ୍ନ […]

vlcsnap-2015-08-14-08h46m49s671

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 04:24 AM IST

ଭୁବନେଶ୍ୱର: ସହରରେ ରହୁଥିବା ନିମ୍ନ ଆୟକାରୀ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁଲଭ ଦରରେ ଘର ଯୋଗାଇବା ଲକ୍ଷ୍ୟରେ ସହକାରଙ୍କ ନୂଆ ଯୋଜନା, ସହରାଞ୍ଚଳରେ ମସସ୍ତଙ୍କ ପାଇଁ ବାସଗୃହ ନୀତି, ଓଡ଼ିଶା ୨୦୧୫କୁ କ୍ୟାବିନେଟ୍ ମୋହର ମାରିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ଓଡିଶା ଗୃହ ନିର୍ମାଣ ମିଶନ ନାମରେ ଏକ ନିର୍ଦ୍ଦେଶାଳୟ ଗଠନ ହେବ। ସହରାଞ୍ଚଳରେ ରହୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କ ଆୟ ବର୍ଷକୁ ୧ଲକ୍ଷ ୮୦ ହଜାରରୁ କମ ଏବଂ ନିମ୍ନ ଆୟକାରୀ ବର୍ଷକୁ ୩ ଲକ୍ଷ ୬୦ ହଜାରରୁ କମ ଆୟ କରୁଥିଲେ, ସେମାନଙ୍କୁ ଏହି ଯୋଜନା ଅନୁସାରେରେ ସୁଲଭ ଦରରେ ଗୃହ ମିଳିବାର ବ୍ୟବସ୍ଥା ରହିଛି। ସେହିପରି ସଂଶୋଧିତ ହ୍ୟୁମାନ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପଲିସିକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଆସନ୍ତା ବିଧାନସଭାରେ ଏହାର ଡ୍ରାଫଟ୍ ରିଜୋଲ୍ୟୁସନ ଆଗତ କରାଯିବ। ପଞ୍ଚାୟତିରାଜ ବିଭାଗର ଠିକାରେ କାମ କରୁଥିବା ୩୦୩ ଜୁନିୟର ଇଂଜିନିୟରଙ୍କୁ ନିୟମିତ କରାଯିବ। କଟକ-ଭୁବନେଶ୍ୱର ଟୁଇନ ସିଟିରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଷ୍ଟେଟ ଏନର୍ଜି କ୍ୟାପିଟାଲ ରିଜିୟନ ଇନପ୍ରୁଭମେଣ୍ଟ ଅଫ ପାୱାର ସିଷ୍ଟମ କାର୍ଯ୍ୟକାରୀ ହେବ। ଆସନ୍ତା ୫ ବର୍ଷରେ ଏଥିପାଇଁ ଦେଢ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁର କରିଛି। ସେହିପରି ବିଜୁ ଏକ୍ସପ୍ରେସ ୱେ ଅନ୍ତର୍ଗତ ରାଉରକେଲାରୁ ଜଗଦଲପୁର ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ସୀମାନ୍ତବର୍ତ୍ତୀ ସହରଗୁଡ଼ିକୁ ସଂଯୋଗ କରୁଥିବା ୪ ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ସେହପରି ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ନାଁ ବଦଳରେ ଏଣିକି ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକନିକାଲ ଏଜୁକେସନ ରଖାଯିବା ନେଇ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମୋହର ମାରିଛି। ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୩୪ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି।

Related story