ରାଜ୍ୟରେ ମରୁଡ଼ି ସ୍ଥିତିକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତିକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ୨୩ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି, ସରକାର ତୁରନ୍ତ ମରୁଡ଼ି ନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ଅନ୍ୟପକ୍ଷରେ ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନାରେ ୨ଶହ ଦିନର କାମ ଦେବାକୁ ରାଜ୍ୟ ସରକାରଙ୍କ ଘୋଷଣାକୁ ମଧ୍ୟ ପ୍ରସାଦ ସମାଲୋଚନା […]

congress

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 02:56 AM IST

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତିକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ୨୩ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି, ସରକାର ତୁରନ୍ତ ମରୁଡ଼ି ନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ଅନ୍ୟପକ୍ଷରେ ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନାରେ ୨ଶହ ଦିନର କାମ ଦେବାକୁ ରାଜ୍ୟ ସରକାରଙ୍କ ଘୋଷଣାକୁ ମଧ୍ୟ ପ୍ରସାଦ ସମାଲୋଚନା କରିଛନ୍ତି। ସେହିପରି ବିଜେଡି ପକ୍ଷରୁ ଚାଲିଥିବା ଜନସଂପର୍କ ପଦଯାତ୍ରା ଲୋକଙ୍କୁ ଭୁଆଁ ବୁଲାଇବାକୁ ଭେଳିକି ବୋଲି ସେ କହିଛନ୍ତି।

Related story