ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପୁନଃଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପୁନଃଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବୁଧବାର ଖାଦ୍ୟ ଓ ଯୋଗାଣ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହ କାର୍ଯ୍ୟ ବର୍ତ୍ତମାନ ନିଗମ ଦ୍ୱାରା ପରିଚାଳିତ ହେଉଛି। ତେଣୁ କେବଳ ପିଡିଏସ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ଦାୟିତ୍ୱ ବଢିଯାଇଥିବାରୁ ନିଗମର ପୁନଃଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ […]

cm

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 12:52 PM IST

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପୁନଃଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବୁଧବାର ଖାଦ୍ୟ ଓ ଯୋଗାଣ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହ କାର୍ଯ୍ୟ ବର୍ତ୍ତମାନ ନିଗମ ଦ୍ୱାରା ପରିଚାଳିତ ହେଉଛି। ତେଣୁ କେବଳ ପିଡିଏସ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ଦାୟିତ୍ୱ ବଢିଯାଇଥିବାରୁ ନିଗମର ପୁନଃଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଆଉ ୧୦୦ଟି ମଣ୍ଡିରେ ଧାନ ସଂଗ୍ରହ ଅଟୋମେସନ ସିଷ୍ଟମ ଲାଗୁ କରିବାକୁ ବୈଠକରେ ଲକ୍ଷ୍ୟ ରଖାଯାଇଛି। ବୈଠକରେ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମକୁ ଅଧିକ ସ୍ୱଛତା ଏବଂ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Related story