ରାଜ୍ୟରେ ଶୀତଲହରୀ ଜାରି: ଫୁଲବାଣୀରେ ସର୍ବନିମ୍ନ ୪.୬ ଡିଗ୍ରୀ

କନ୍ଧମାଳ: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ବିଶେଷ କରି କନ୍ଧମାଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଏପରିକି ସକାଳୁ ସକାଳୁ ଜନଜୀବନ ଠପ୍‌ ହୋଇଯାଉଛି। ଜିଲ୍ଲାର କିଛି ଅଞ୍ଚଳରେ ପାରଦ ୪ ଡିଗ୍ରୀ ସେଲସିୟସ ନିକଟତର ହୋଇଛି। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ରହିଛି। ଏହି ଦୁଇ ସହରକୁ ମିଶାଇ ରାଜ୍ୟର ମୋଟ ୯ଟି ସ୍ଥାନରେ ଆଜି ତାପମାତ୍ରା ୧୦ […]

sita

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 10:01 PM IST

କନ୍ଧମାଳ: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ବିଶେଷ କରି କନ୍ଧମାଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଏପରିକି ସକାଳୁ ସକାଳୁ ଜନଜୀବନ ଠପ୍‌ ହୋଇଯାଉଛି। ଜିଲ୍ଲାର କିଛି ଅଞ୍ଚଳରେ ପାରଦ ୪ ଡିଗ୍ରୀ ସେଲସିୟସ ନିକଟତର ହୋଇଛି। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ରହିଛି। ଏହି ଦୁଇ ସହରକୁ ମିଶାଇ ରାଜ୍ୟର ମୋଟ ୯ଟି ସ୍ଥାନରେ ଆଜି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା।

ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୭.୫, ଅନୁଗୋଳରେ ୭.୫, ସମ୍ବଲପୁରରେ ୮.୧, କୋରାପୁଟରେ ୯.୪, ଝାରସୁଗୁଡ଼ାରେ ୯.୭ ଓ ହୀରାକୁଦରେ ୯.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଟିଟିଲାଗଡ଼ରେ ତାପାମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୧୩.୨ ଓ ୧୨.୨ ଡିଗ୍ରୀ ରହିଥିଲା।

Related story