ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଗ୍ରୁପ ଡି ପରୀକ୍ଷାକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର: ଗତ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଗ୍ରୁପ୍ ଡି ପଦବୀ ଲାଗି ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ପରୀକ୍ଷା ଆୟୋଜନ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା । ତେଣୁ ପରୀକ୍ଷାକୁ ରଦ୍ଦ କରିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଣି କରିଛନ୍ତି । ବିଭିନ୍ନ ଜିଲ୍ଲା ପାଇଁ ଖାଲିଥିବା ମୋଟ ୧୭୦ଟି ଚତୁର୍ଥ ଶ୍ରେଣୀ ପଦବୀ ଲାଗି ୯୦ ହଜାରରୁ […]

Odisha-High-Court-

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 08:20 AM IST

ଭୁବନେଶ୍ୱର: ଗତ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଗ୍ରୁପ୍ ଡି ପଦବୀ ଲାଗି ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ପରୀକ୍ଷା ଆୟୋଜନ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା । ତେଣୁ ପରୀକ୍ଷାକୁ ରଦ୍ଦ କରିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଣି କରିଛନ୍ତି । ବିଭିନ୍ନ ଜିଲ୍ଲା ପାଇଁ ଖାଲିଥିବା ମୋଟ ୧୭୦ଟି ଚତୁର୍ଥ ଶ୍ରେଣୀ ପଦବୀ ଲାଗି ୯୦ ହଜାରରୁ ଅଧିକ ଆଶାୟୀ ଏହି ପରୀକ୍ଷା ଦେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ପରୀକ୍ଷା ପରିଚାଳନା ଠିକ୍ ଭାବେ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା। ଏପରି କି କଟକ, ଭୁବନେଶ୍ୱର ଭଳି ସ୍ଥାନରେ ପରୀକ୍ଷାର୍ଥୀମାନେ ଷ୍ଟାଡିଅମ୍, ପାର୍କ, ସ୍କୁଲ ଓ କଲେଜ ପଡ଼ିଆରେ ପରୀକ୍ଷା ଦେଇଥିଲେ। ଏହିସବୁ ସ୍ଥାନରେ ପରୀକ୍ଷା ନିୟନ୍ତ୍ରଣ ପାଇଁ ପୋଲିସକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସେହିଭଳି ମାଇକ୍ରୋଫେ।ନ ଜରିଆରେ ପିଲାଙ୍କ ରୋଲ ନମ୍ୱର ଡକାଯାଇଥିଲା। ହାଇକୋର୍ଟ ପରୀକ୍ଷା ପରିଚାଳନାର ସମସ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପରେ ଏଭଳି ଦୁର୍ବଳ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ରଦ୍ଦ କରିଛନ୍ତି। ତେବେ ଏହି ପରୀକ୍ଷା ଲାଗି ଏବେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

Related story