ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ ଓ ବିଜୁ ଜନ୍ମ ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବେ ୨୦ ହଜାର ପ୍ରତିନିଧି

ଭୁବନେଶ୍ୱର: ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ ସମାରୋହ ଓ ବିଜୁ ଜନ୍ମ ଶତବାର୍ଷିକୀ ପାଳନ କରାଯିବ। ଏ ନେଇ ଭୁବନେଶ୍ୱର ଜନତା ମୈଦାନରେ ପଞ୍ଚାୟରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଯୋଜନା ପ୍ରସ୍ତୁତ କରାଯାଇଛି। ସମାରୋହରେ ରାଜ୍ୟର ୬,୨୧୧ ପଞ୍ଚାୟତର ପ୍ରାୟ ୨୦ ହଜାର ପ୍ରତିନିଧିଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଉଦଘାଟନୀ ଉତ୍ସବରେ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ପଞ୍ଚାୟତରାଜ ଡାଏରୀ […]

shva

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 03:59 AM IST

ଭୁବନେଶ୍ୱର: ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ ସମାରୋହ ଓ ବିଜୁ ଜନ୍ମ ଶତବାର୍ଷିକୀ ପାଳନ କରାଯିବ। ଏ ନେଇ ଭୁବନେଶ୍ୱର ଜନତା ମୈଦାନରେ ପଞ୍ଚାୟରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଯୋଜନା ପ୍ରସ୍ତୁତ କରାଯାଇଛି। ସମାରୋହରେ ରାଜ୍ୟର ୬,୨୧୧ ପଞ୍ଚାୟତର ପ୍ରାୟ ୨୦ ହଜାର ପ୍ରତିନିଧିଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।

ଉଦଘାଟନୀ ଉତ୍ସବରେ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ପଞ୍ଚାୟତରାଜ ଡାଏରୀ ଓ ପଞ୍ଚାୟତ ସମାଚାରର ଉନ୍ମୋଚନ କରାଯିବ। ଏହାସହ ଗ୍ରାମୀଣ ପୋର୍ଟାଲକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ସମାରୋହ କିଭଳି ସୂଚାନୁରୂପେ ସମ୍ପର୍ଣ୍ଣ ହେବ ସେ ନେଇ ବୁଧବାର ରାଜ୍ୟର ୪ ଶହ ପଞ୍ଚାୟତରାଜ କର୍ମଚାରୀଙ୍କୁ ନେଇ ଏକ ତାଲିମ ଶିବିର କରାଯାଇଛି।

ପଞ୍ଚାୟତ ରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ  ଓ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ମାର୍ଚ୍ଚ ୫ରେ ପାଳନ କରାଯିବ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପଞ୍ଚାୟତରାଜ ଅନୁଷ୍ଠାନର କର୍ମଚାରୀଙ୍କୁ ପୁରସ୍କୃତ କରାଯିବ।”

Related story