ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଭୁବନେଶ୍ୱରରେ ୪୫ ଡିଗ୍ରୀ ଛୁଇଁଲା ପାରା

ଭୁବନେଶ୍ୱର:  ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଗତକାଲିର ତାପମାତ୍ରା  ୪୨.୭ ଥିଲା। ୨୪ ଘଣ୍ଟାରେ ବଢିଛି ୩ ଡିଗ୍ରୀ । ପାରଦ ପହଞ୍ଚିଛି ୪୫ ଡିଗ୍ରୀରେ। ଦିନ ୧୦ଟା ବେଳକୁ ବାହାରକୁ ବାହାରିବା ମୁସକିଲ୍ ହୋଇପଡୁଛି। ଅସହ୍ୟ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଛି। କିନ୍ତୁ ସୂର୍ଯ୍ୟଙ୍କ ତାପ କମିବାର ନାଁ ନେଉନାହିଁ। ଉତ୍ତପ୍ତ ସହର ଭାବେ ଆଜି ଅନୁଗୋଳ ୪୬.୭ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ରାଜ୍ୟର ୮ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ […]

Heat-wave

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 01:47 PM IST

ଭୁବନେଶ୍ୱର:  ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଗତକାଲିର ତାପମାତ୍ରା  ୪୨.୭ ଥିଲା। ୨୪ ଘଣ୍ଟାରେ ବଢିଛି ୩ ଡିଗ୍ରୀ । ପାରଦ ପହଞ୍ଚିଛି ୪୫ ଡିଗ୍ରୀରେ। ଦିନ ୧୦ଟା ବେଳକୁ ବାହାରକୁ ବାହାରିବା ମୁସକିଲ୍ ହୋଇପଡୁଛି। ଅସହ୍ୟ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଛି। କିନ୍ତୁ ସୂର୍ଯ୍ୟଙ୍କ ତାପ କମିବାର ନାଁ ନେଉନାହିଁ। ଉତ୍ତପ୍ତ ସହର ଭାବେ ଆଜି ଅନୁଗୋଳ ୪୬.୭ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ରାଜ୍ୟର ୮ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ମୋଟ ୧୯ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

ସେହିପରି ବାଲେଶ୍ୱରରେ ତାପମାତ୍ରା ୪୧.୨ ଡିଗ୍ରୀ, ଚାନ୍ଦବାଲିରେ ୪୩.୭,କଟକରେ ୪୧.୮, ବାରିପଦାରେ ୪୧.୬, ଝାରସୁଗୁଡାରେ ୪୫,କେନ୍ଦୁଝରରେ ୪୧.୮,ସମ୍ୱଲପୁରରେ ୪୬.୬,ସୁନ୍ଦରଗଡରେ୪୫.୦, ହୀରକୁଦରେ ୪୬.୪, ତାଳଚେରରେ ୪୪.୭, ଭବାନୀପାଟଣାରେ ୪୫.୭, ବଲାଙ୍ଗୀରରେ୪୫.୬,ଫୁଲବାଣୀରେ ୪୨.୧,ଟିଟିଲାଗଡରେ ୪୬.୫, ମାଲକାନଗିରିରେ ୪୨.୦,ସୋନପୁରରେ ୪୧.୪ ଓ  ଢେଙ୍କାନାଳ୪୩.୮ଡିଗ୍ରୀ ତାପମାତ୍ରା ରହିଥିଲା।

ତେବେ ପାରାଦ୍ୱୀପରେ ୩୩.୪ ,ଗୋପାଳପୁରରେ ୩୩.୨, ପୁରୀରେ ୩୫.୨, କୋରାପୁଟରେ ୩୮.୨ ଓ ଦାରିଙ୍ଗିବାଡିରେ ୩୮.୨ ଡିଗ୍ରୀ ତାପମାତ୍ରା ରହିଥିଲା।

Related story