ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ। ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଗଠିତ କମିଟି ଜିଲ୍ଲାସ୍ତରରେ ଅନୁଧ୍ୟାନ କରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଗାଇଡଲାନ ଅନୁଯାୟୀ ଯେଉଁମାନଙ୍କର ଦୁଇ ଚକିଆ ବା ଚାରିଚକିଆ ଗାଡ଼ି ରହିଛି ସେମାନଙ୍କୁ ହିତାଧିକାରୀ ତାଲିକାରୁ ବାଦ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସଞ୍ଜୟ […]

sanjaya

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 04:42 AM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ। ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଗଠିତ କମିଟି ଜିଲ୍ଲାସ୍ତରରେ ଅନୁଧ୍ୟାନ କରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଗାଇଡଲାନ ଅନୁଯାୟୀ ଯେଉଁମାନଙ୍କର ଦୁଇ ଚକିଆ ବା ଚାରିଚକିଆ ଗାଡ଼ି ରହିଛି ସେମାନଙ୍କୁ ହିତାଧିକାରୀ ତାଲିକାରୁ ବାଦ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ଏଥିପାଇଁ ଆର୍ଟିଓମାନଙ୍କ ଠାରୁ ତଥ୍ୟ ମଗାଯାଇ ଅନୁଧ୍ୟାନ କରାଯାଉଛି। ଅନୁଧ୍ୟାନ ପ୍ରକ୍ରିୟା ସରିବା ପରେ ସେପ୍ଟେମ୍ୱର ଶେଷ ସୁଦ୍ଧା ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ ହୋଇଯିବ। ଗତକାଲି ସଚିବାଳୟରେ ଏ ନେଇ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Related story