ରାଜ୍ୟରେ ତାପମାତ୍ରା ୪୬ ଡିଗ୍ରୀ ଟପିଲା: ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ଅପେକ୍ଷା ଆଜି ତାପମାତ୍ରା ଆଶାତୀତ ଭାବେ ବଢିଛି । ତତଲା କଡେଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଅସମ୍ଭାଳ ତାତି ଓ ଅଗ୍ନିବର୍ଷାରୁ ନିସ୍ତାର ମିଳୁନି। ମନେ ହେଉଛି ଯେମିତି ଆକାଶରୁ ଖଣ୍ଡ ଖଣ୍ଡ ନିଆଁ ଝୁଲା ପଡୁଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ପ୍ରଭାବିତ ହେଉଛି ସାଧାରଣ ଜୀବନଯାତ୍ରା।  ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ବି ଉତ୍ତପ୍ତ ଲୌହ ଖଣ୍ଡ ସଦୃଶ ଲାଲ୍ ପାଲଟିଗଲାଣି। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦିନକୁ ଦିନ ମାରାତ୍ମକ ରୂପ ନେଉଛି। ଏହିପରି ଆହୁରି ଏକ ସପ୍ତାହ ଯାଏଁ ଜାରି ରହିବ ଗ୍ରୀଷ୍ମ ଲହରୀ।  ଚଳିତବର୍ଷ ପ୍ରଥମଥର ପାଇଁ ୪୬ ଡିଗ୍ରୀ ଟପିଛି ପାରା।   ଉତ୍ତପ୍ତ ସହର ଭାବେ ଆଜି ଟିଟିଲାଗଡରେ ୪୬.୨ ଡିଗ୍ରୀ ତାପମାତ୍ରା ରହିଥିଲା । ଆଜି୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

summerଭବାନୀପାଟଣା ଓ ଝାରସୁଗୁଡାରେ ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ବାଲେଶ୍ୱରରେ ତାପମାତ୍ରା ୪୦.୧ଡିଗ୍ରୀ , ଚାନ୍ଦବାଲିରେ ୪୦.୭, କଟକରେ ୪୦, ଭୁବନେଶ୍ୱରରେ ୪୨.୭, ଅନୁଗୋଳରେ ୪୪.୭, ବାରିପଦାରେ ୪୧.୭, କେନ୍ଦୁଝରରେ ୪୧.୭, ସମ୍ୱଲପୁରରେ ୪୫, ସୁନ୍ଦରଗଡରେ ୪୦, ହୀରାକୁଦରେ ୪୫, ତାଳଚେରରେ ୪୪, ବଲାଙ୍ଗୀରରେ ୪୫.୪, କୋରାପୁଟରେ ୩୯.୫, ଫୁଲବାଣୀରେ ୪୧.୬, ସୋନପୁରରେ ୪୪.୨, ଢେଙ୍କାନାଳରେ ୪୨.୧, ମାଲକାନଗିରିରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିଲା।ତେବେ ପାରାଦ୍ୱୀପରେ ୩୩.୮, ଗୋପାଳପୁରରେ ୩୨.୭, ପୁରୀ ୩୫.୦ ଓ ଦାରିଙ୍ଗବାଡି ୩୮.୬ ତାପମାତ୍ରା ରହିଥିଲା।

ଆହୁରି ପଢ଼ନ୍ତୁ

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ହାଇକୋର୍ଟ

ଆଜିଠାରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା

୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି

ବେଡ୍‌ ମିଳିଲାନି ବୋଲି…

ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌, ଶବ ନେଇଗଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

ବିଜେଡିର ବିରୋଧ ପଛରେ ରହିଛି ସିବିଆଇ ରେଡ୍‌: ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ପାଲଲହଡ଼ା ବିଧାୟକଙ୍କୁ କରୋନା

ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ