ଏଥର ଦୁଇଟି ସିଟ୍‌ ବିଜେପିକୁ ଛାଡିବ କି ବିଜେଡି ? ଶାହଙ୍କ ଗସ୍ତକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ  କ’ଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି । କଂଗ୍ରେସ କିନ୍ତୁ ଅଭିଯୋଗ କରିଛି ବିଜେପି ଏଠାରୁ ୨ଟି ସିଟ୍ […]

700

Tapas Behera
  • Published: Sunday, 23 February 2020
  • , Updated: 24 February 2020, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ  କ’ଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି । କଂଗ୍ରେସ କିନ୍ତୁ ଅଭିଯୋଗ କରିଛି ବିଜେପି ଏଠାରୁ ୨ଟି ସିଟ୍ ଉପରେ ଆଖି ରଖିଛି। ଖାସ୍ ସେଥିପାଇଁ ସରକାରୀ କାର୍ଯ୍ୟକ୍ରମ ବାହାନାରେ ଖୋଦ୍ ଅମିତ୍ ଶାହ ଓଡ଼ିଶା ଆସୁଛନ୍ତି।

୪ ରାଜ୍ୟସଭା ସିଟ୍‌କୁ ନେଇ କାହାକୁ ସଂସଦକୁ ପଠାଇବେ ନବୀନ? କିଏ ରହିଛି ସୁପ୍ରିମୋଙ୍କ ଗୁଡ୍‌ବୁକ୍‌ରେ ? ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ବିଜେଡି ଆରାମରେ ହାତେଇବ । ସରୋଜିନୀ ହେମ୍ବ୍ରମଙ୍କ ଟର୍ମ ସରୁଥିବାରୁ ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିପାରେ । ସେହିପର ପଛୁଆ ବର୍ଗଙ୍କ ଉପରେ ଦଳର ଫୋକସ୍ ଥିବାରୁ ଏହି ବର୍ଗରୁ ଜଣେ ରାଜ୍ୟସଭାକୁ ଯାଇପାରନ୍ତି  । କିନ୍ତୁ ଚତୁର୍ଥ ଆସନକୁ ନେଇ ଏଥିପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ଟଣାଓଟରା ସ୍ଥିତି ଉପୁଜିପାରେ।ଏଭଳି କ୍ଷେତ୍ରରେ ୯ ବିଧାୟକ ଥିବା କଂଗ୍ରେସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି କଂଗ୍ରେସ୍ ରାଜ୍ୟସଭା ନିର୍ବାଚନରେ ଭାଗ ନନିଏ ତାହା ବିଜେଡିକୁ ସୁହାଇବ। କଂଗ୍ରେସ୍ ବି କହିଛି ରାଜ୍ୟସଭା ପାଇଁ ଦଳ ପାଖରେ ଶକ୍ତି ନାହିଁ । ତେଣୁ ସେ ସଂପର୍କରେ ବିଶେଷ ଆଲୋଚନା ହୋଇନାହିଁ । ଏଣେ ବିଜେପି କହିଛି, ଏ ସଂପର୍କରେ ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ।

ସେପଟେ ଆସନ୍ତା ୨୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ତେଜିଛି ରାଜନୀତି । ୨୮ରେ ଶାହ ଭୁବନେଶ୍ୱରରେ ସିଏଏ ସମର୍ଥନରେ ଏକ ବିଶାଳ ସଭାକୁ ସମ୍ବୋଧନ କରିବେ । କଂଗ୍ରେସ୍ କିନ୍ତୁ ଏହି ଗସ୍ତ ପଛରେ ବାରିଛି ରାଜ୍ୟସଭା ଡିଲର ଗନ୍ଧ । ଦୁଇଟି ରାଜ୍ୟସଭା ଆସନ  ନେବା ସହିତ ବିଧାନ ପରିଷଦ ସଂପର୍କରେ ନବୀନଙ୍କ ସହ  ଆଲୋଚନା ପାଇଁ ଶାହ ଆସୁଛନ୍ତି ବୋଲି ଅଭିଯୋଗ କରିଛି ଦଳ। ରାଜ୍ୟସଭା ନିର୍ବାଚନରେ ପରେ ବିଜେଡି-ବିଜେପି ସଂପର୍କ ନେଇ ଦୁଇଦଳର ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

Related story