ରେଳବାଇ ଜେଜିଏମ୍ ଗୁଳିମାଡ ଘଟଣା: ଏଆରଏସଏସ ଅଧ୍ୟକ୍ଷ ସୁବାସ ଅଗ୍ରୱାଲ ଗିରଫ

ଭୁବନେଶ୍ୱର: ରେଲବାଇ ଜେଜିଏମ୍ ଘଟଣାରେ ରବିବାର ଚନ୍ଦ୍ରଶେଖରପୁର ପୋଲିସ୍ ଠିକାଦାର ସଂସ୍ଥା ଏଆରଏସଏସର ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଗିରଫ କରିଛି। ତାଙ୍କ ନିର୍ଦ୍ଦେଶରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ୍ କହିଛି। ଏନେଇ ଅଧିକ ସୂଚନା ପାଇବା ପାଇଁ ପୋଲିସ୍ ସୁବାସଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଏଆରଏସଏସକୁ ପ୍ରାୟ ୩୨ ଲକ୍ଷ ଟଙ୍କାର ଫାଇନ୍ କରାଯାଇଥିବା କାରଣରୁ ଏହି ଗୁଳିକାଣ୍ଡ ଘଟାଯାଇଥିଲା ବୋଲି ପୋଲିସ୍ କହିଛି। ଜେଜିଏମ୍ ଅଜୟ କୁମାରଙ୍କ ଉପରକୁ ଗୁଳି କରି ଥିବା ଦୁର୍ବୃତ୍ତମାନଙ୍କ […]

firing

firing

Rakesh Mallick
  • Published: Sunday, 31 May 2015
  • Updated: 01 June 2015, 02:11 AM IST

Sports

Latest News

ଭୁବନେଶ୍ୱର: ରେଲବାଇ ଜେଜିଏମ୍ ଘଟଣାରେ ରବିବାର ଚନ୍ଦ୍ରଶେଖରପୁର ପୋଲିସ୍ ଠିକାଦାର ସଂସ୍ଥା ଏଆରଏସଏସର ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଗିରଫ କରିଛି। ତାଙ୍କ ନିର୍ଦ୍ଦେଶରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ୍ କହିଛି। ଏନେଇ ଅଧିକ ସୂଚନା ପାଇବା ପାଇଁ ପୋଲିସ୍ ସୁବାସଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଏଆରଏସଏସକୁ ପ୍ରାୟ ୩୨ ଲକ୍ଷ ଟଙ୍କାର ଫାଇନ୍ କରାଯାଇଥିବା କାରଣରୁ ଏହି ଗୁଳିକାଣ୍ଡ ଘଟାଯାଇଥିଲା ବୋଲି ପୋଲିସ୍ କହିଛି। ଜେଜିଏମ୍ ଅଜୟ କୁମାରଙ୍କ ଉପରକୁ ଗୁଳି କରି ଥିବା ଦୁର୍ବୃତ୍ତମାନଙ୍କ ସ୍କେଚ୍ ମଧ୍ୟ ଜାରି କରାଯାଇଛି।
ଗତକାଲି ଭୁବନେଶ୍ୱରର ଶ୍ରୀବିହାର ଅଞ୍ଚଳରେ ରେଲବାଇ ଜେଜିଏମ୍ ଅଜୟ କୁମାରଙ୍କ ଉପରକୁ ଗୁଳିମାଡ କରାଯାଇଥିଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ଅଜୟ ଏକ ସ୍କର୍ପିଓ ଗାଡ଼ିରେ ତାଙ୍କ ଶ୍ରୀବିହାରସ୍ଥିତ ଘରକୁ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ବାଟରେ ଅଟକାଇ ଥିଲେ। ପଲସର ଗାଡିରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇବା ସହ ହତ୍ୟା ଧମକ ଦେଇଥିଲେ। ତା’ପରେ ତାଙ୍କ ଆଡକୁ ଲକ୍ଷ୍ୟ କରି ଦୁଇଟି ଗୁଳି ମାରିଥିଲେ। ତେବେ ସୌଭାଗ୍ୟବଶତଃ ସେ ଏଥିରୁ ବର୍ତ୍ତି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos