ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ଜମିଲା ରାମ ରାବଣ ଉପାଖ୍ୟାନ। ସୁର ରାଉତରାୟଙ୍କ ଉପାଖ୍ୟାନ ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ।
ପାଟ୍ଟଶାଣୀ କହିଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ତିନି ଜଣ ହେଉଛନ୍ତି ରାମ ଚରିତ୍ରର । ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି। ସେ ରାବଣ କିଏ ମୁଁ ନାଁ କହିବିନି, ଗଣମାଧ୍ୟମ ନିଜେ ବାଛୁ। ନବୀନ ରାମ ହେଲେ, ମୁଁ ହନୁମାନ ଦାୟିତ୍ୱ ତୁଲାଉଛି। ପୂର୍ବରୁ ଜାନକୀ ଓ ବିଜୁଙ୍କ ପାଖରେ ମୁଁ ହନୁମାନ ଦାୟିତ୍ୱ ତୁଲାଇଥିଲି ବୋଲି କହିଥିଲେ ପାଟ୍ଟଶାଣୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସାଙ୍ଗ ଦେଲା ବିଶ୍ୱାସରେ ବିଷ, ରାତି ଅଧରେ ମୁଣ୍ଡକୁ ଛେଚିଦେଲା
ସାଙ୍ଗ ଦେଲା ବିଶ୍ୱାସରେ ବିଷ। ରାତି ଅଧରେ ଘଟାଇଲା ନାରକୀୟ କାଣ୍ଡ। ସାଜିଲା ଘାତକ, ନେଇଗଲା ଜୀବନ ।
Crime
ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।
Crime
ଲୁଟିଲେ; ବ୍ୟାଙ୍କ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଲେ
ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇ ହୋଇପଡ଼ିଛି।
Miscellaneous
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା।
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।