ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଜି ବିଭାଗର ପାଠପଢା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ଏକମାତ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଜି ବିଭାଗରେ ପାଠ ପଢା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ ଏହି ପାଠପଢା ଆରମ୍ଭ ହୋଇଛି। ପ୍ରଥମ ବ୍ୟାଚ୍ ଛାତ୍ରୀଙ୍କୁ ଜୁନିୟର ଛାତ୍ରୀମାନେ ପାରମ୍ପରିକ ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି।  ପୂର୍ବରୁ ଏଠାରେ ପଢୁଥିବା ଛାତ୍ରୀଙ୍କ ସହ ଅନ୍ୟ ସ୍ଥାନରେ ପଢୁଥିବା ଛାତ୍ରୀମାନେ ପିଜିରେ ଆଡମିଶନ କରିଛନ୍ତି। ପ୍ରଥମଥର ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଛାତ୍ରୀମାନେ ବେଶ୍ ଉତ୍ସାହିତ। ପ୍ରଥମ ଦିନରେ ପିଜି ବିଭାଗରେ କ୍ଲାସ୍ ନହୋଇ […]

university

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 02:41 PM IST

ଭୁବନେଶ୍ୱର: ରାଜ୍ୟର ଏକମାତ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଜି ବିଭାଗରେ ପାଠ ପଢା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ ଏହି ପାଠପଢା ଆରମ୍ଭ ହୋଇଛି। ପ୍ରଥମ ବ୍ୟାଚ୍ ଛାତ୍ରୀଙ୍କୁ ଜୁନିୟର ଛାତ୍ରୀମାନେ ପାରମ୍ପରିକ ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି।  ପୂର୍ବରୁ ଏଠାରେ ପଢୁଥିବା ଛାତ୍ରୀଙ୍କ ସହ ଅନ୍ୟ ସ୍ଥାନରେ ପଢୁଥିବା ଛାତ୍ରୀମାନେ ପିଜିରେ ଆଡମିଶନ କରିଛନ୍ତି। ପ୍ରଥମଥର ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଛାତ୍ରୀମାନେ ବେଶ୍ ଉତ୍ସାହିତ। ପ୍ରଥମ ଦିନରେ ପିଜି ବିଭାଗରେ କ୍ଲାସ୍ ନହୋଇ ଇଣ୍ଡକ୍ସନ୍ ପୋଗ୍ରାମ କରାଯାଇଥିଲା। ପିଜି ଛାତ୍ରୀମାନଙ୍କ ସହ ଅଧ୍ୟାପିକ ଅଧ୍ୟାପିକାମାନେ ଆଲୋଚନା କରିବା ସହ ଅଭିଭାଷଣ ଦେଇଥିଲେ। ଚଳିତବର୍ଷ ୧୦ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ପିଜି ବିଭାଗ ଖୋଲିବା ଦ୍ୱାରା ବିଶ୍ୱବିଦ୍ୟାଳୟକୁ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Related story