ବାଣୀବିହାରରେ ହେବ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ

<p>ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ ମଧ୍ୟରେ ହେବ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ବହୁ ଦିନ ଧରି ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ନେଇ ଦାବି ହୋଇ ଆସୁଥିଲା ବେଳେ ଏନେଇ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରକ୍ରିୟା। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୩୦ ଏକର ଜମିରେ ହେବ ଆର୍ଡି ମହିଳା ବିଶ୍ୱବିଦ୍ୟାଳୟର ଆଉ ଏକ କ୍ୟାମ୍ପସ। ଜମି ଚିହ୍ନଟ ଏବଂ ଅନ୍ୟାନ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି କମିଟି। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଜମି ଚିହ୍ନଟ କରିବ। କମିଟିରେ ରହିବେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଏବଂ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଜଣେ ପ୍ରତିନିଧି। ଏହାଦ୍ୱାରା ଛାତ୍ରୀଙ୍କ ଶ୍ରେଣୀ ଗୃହକୁ ନେଇ ଥିବା ଅଭାବ ଦୂର ହେବ। କମିଟି ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ଏନେଇ ସବିଶେଷ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ।</p>

Ordigital Desk
  • Published: Wednesday, 31 January 2018
  • Updated: 31 January 2018, 09:10 AM IST

Sports

Latest News

<p>ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ ମଧ୍ୟରେ ହେବ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ବହୁ ଦିନ ଧରି ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ନେଇ ଦାବି ହୋଇ ଆସୁଥିଲା ବେଳେ ଏନେଇ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରକ୍ରିୟା। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୩୦ ଏକର ଜମିରେ ହେବ ଆର୍ଡି ମହିଳା ବିଶ୍ୱବିଦ୍ୟାଳୟର ଆଉ ଏକ କ୍ୟାମ୍ପସ। ଜମି ଚିହ୍ନଟ ଏବଂ ଅନ୍ୟାନ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି କମିଟି। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଜମି ଚିହ୍ନଟ କରିବ। କମିଟିରେ ରହିବେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଏବଂ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଜଣେ ପ୍ରତିନିଧି। ଏହାଦ୍ୱାରା ଛାତ୍ରୀଙ୍କ ଶ୍ରେଣୀ ଗୃହକୁ ନେଇ ଥିବା ଅଭାବ ଦୂର ହେବ। କମିଟି ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ଏନେଇ ସବିଶେଷ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos