କଲେଜ ଖୋଲିଲା, ଝରାଫୁଲଙ୍କୁ ଝୁରୁଛନ୍ତି ସାଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଖିରେ ଆଖିଏ ସ୍ୱପ୍ନ ଧରି ରାଜଧାନୀକୁ ଧାଇଁ ଆସିଥିଲେ ଆଦିବାସୀ ମୁଲକର ଝରାଫୁଲ ନାୟକ। ପ୍ରତିଦିନ କଲେଜ ଆସୁଥିଲେ। ସାଥୀମାନଙ୍କ ମେଳରେ କ୍ଲାସ ରୁମ୍‌ରେ ବସି ପାଠ ପଢ଼ୁଥିଲେ। ଭଲ ମଣିଷଟିଏ ହେବେ ବୋଲି କେତେ ଆଶା ରଖିଥିଲେ। ହେଲେ ସବୁ ସ୍ୱପ୍ନ ଆଶାରେ ରହିଗଲା। ଆଜି ସେ ଅତୀତ। କରୋନା କଟକଣା ପରେ ବୁଧବାର କଲେଜ ଖୋଲିଥିଲା। ସମସ୍ତେ ଆସିଥିଲେ। କିନ୍ତୁ ଝରାଫୁଲ ଆସିଲେନି। ସେ ଆଉ କେବେ ଆସିପାରିବେନି। ୨ […]

jharaphula

jharaphula

Manoranjan Sial
  • Published: Wednesday, 10 February 2021
  • Updated: 10 February 2021, 08:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଖିରେ ଆଖିଏ ସ୍ୱପ୍ନ ଧରି ରାଜଧାନୀକୁ ଧାଇଁ ଆସିଥିଲେ ଆଦିବାସୀ ମୁଲକର ଝରାଫୁଲ ନାୟକ। ପ୍ରତିଦିନ କଲେଜ ଆସୁଥିଲେ। ସାଥୀମାନଙ୍କ ମେଳରେ କ୍ଲାସ ରୁମ୍‌ରେ ବସି ପାଠ ପଢ଼ୁଥିଲେ। ଭଲ ମଣିଷଟିଏ ହେବେ ବୋଲି କେତେ ଆଶା ରଖିଥିଲେ। ହେଲେ ସବୁ ସ୍ୱପ୍ନ ଆଶାରେ ରହିଗଲା। ଆଜି ସେ ଅତୀତ।

କରୋନା କଟକଣା ପରେ ବୁଧବାର କଲେଜ ଖୋଲିଥିଲା। ସମସ୍ତେ ଆସିଥିଲେ। କିନ୍ତୁ ଝରାଫୁଲ ଆସିଲେନି। ସେ ଆଉ କେବେ ଆସିପାରିବେନି। ୨ ସପ୍ତାହ ହୋଇଗଲା ଝରାଫୁଲ ଫେରିଯାଇଛି ଅଫେରା ରାଇଜକୁ। ସେଥିପାଇଁ ଆଜି ତାଙ୍କୁ ଝୁରୁଛି ରମାଦେବୀ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ବହୁତ ମନେପଡୁଛି ଝରାଫୁଲ।

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। କରୋନା ବେଳେ କଲେଜ ବନ୍ଦ ଥିବାରୁ ସେ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ।

ଜାନୁଆରୀ ୨୭ ତାରିଖାରେ ଯାଜପୁର ଜିଲ୍ଲା କୁଆଖିଆ ନିକଟ ମୂଳାପାଳରୁ ଝରାଫୁଲ ମୃତଦେହ ମିଳିଥିଲା। ଏହାପରେ ପୁଲିସ ମୃତଦେହ ଜବତ କରି ଗେଷ୍ଟହାଉସ୍ ଓ ରେସ୍ତୋରାଁରେ ଲାଗିଥିବା ସିସିଟିଭି ଫୁଟେଜକୁ ଧରି ଖୋଳତାଡ଼ କରିଥିଲା ପୁଲିସ। ଏପରିକି ମୃତଦେହ ଫିଙ୍ଗିବା ପାଇଁ ବ୍ୟବହୃତ ସ୍କୁଟରକୁ ଜବତ କରିବା ସହ ଝରାଫୁଲର ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୁଲିସ ଗିରଫ କରିଛି।

ତେଣେ ଯାଜପୁର ପୁଲିସକୁ ଝରାଫୁଲର ଭିସେରା ରିପୋର୍ଟ ମିଳିଥିବା କୁହାଯାଉଛି। ତେବେ ଝରାଫୁଲ ମୃତ୍ୟୁ ପଛରେ ଏମିତି କି ରହସ୍ୟ ଅଛି ଯେ, ପୁଲିସ ଏତେ ଗୋପନୀୟତା ଅବଲମ୍ବନ କରୁଛି? କୁଆଖିଆ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ କାହିଁକି ଖୁଲାସା କରୁନି ପୂରା ଘଟଣା? ବିଡ଼ମ୍ବନାର କଥା ହେଉଛି, ସ୍କୁଟରରେ ମୃତଦେହ ନେଇଥିବା ରାକେଶର ସହଯୋଗୀ ଶକ୍ତିଶେଖର ଏବେ ମଧ୍ୟ ଫେରାର ଅଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଝରାଫୁଲଙ୍କ ବାପା। ରାଜଧାନୀରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ସାର୍ବଜନୀନ କଲା ପୁଲିସ। ଅଥଚ ୨ ସପ୍ତାହ ପରେ ମଧ୍ୟ ଝରାଫୁଲର ବ୍ୟବଚ୍ଛଦ ରିପୋର୍ଟକୁ ସାମ୍ନାକୁ ଅଣାଯାଇନି। ଆଦିବାସୀ ବୋଲି ସରଳତାର ସୁଯୋଗ ନେଇ ପ୍ରଶାସନ ଜାଣିଶୁଣି ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି ବୋଲି ସିଧାସଳଖ ଆରୋପ ଲଗାଇଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ।

୩ ଦିନିଆ ପୁଲିସ ରିମାଣ୍ଡ ଅବଧି ସରିବା ପରେ ଝରାଫୁଲର ବୟଫ୍ରେଣ୍ଡ ରାକେଶ ଏବେ ଜେଲ୍‌ରେ ଅଛିା ଏସବୁ ଭିତରେ ପୁଲିସ କେବେ ଖୁଲାସା କରୁଛି ଝରାଫୁଲ ମୃତ୍ୟୁ ରହସ୍ୟ, ତାକୁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story