ରମାକାନ୍ତ ରଥ ପାଇବେ ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ପାଇଁ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଓଡ଼ିଆ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଶ୍ରୀରାଧା’ କାବ୍ୟ ପାଇଁ ଭାରତୀୟ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ପାଇଥିବା ରମାକାନ୍ତ, ପୂର୍ବରୁ ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୨ରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପାଇଛନ୍ତି। ତାଙ୍କର କିଛି ପ୍ରମୁଖ ପୁସ୍ତକ ହେଲା- […]

ramakanta

ramakanta

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 05:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ପାଇଁ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଓଡ଼ିଆ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

[caption id="attachment_249488" align="aligncenter" width="840"]kkk ପୁରସ୍କାର ପାଇଁ ମନୋନୀତ ହେବା ପରେ ରମାକାନ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ସାହତ୍ୟିକ[/caption]

‘ଶ୍ରୀରାଧା’ କାବ୍ୟ ପାଇଁ ଭାରତୀୟ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ପାଇଥିବା ରମାକାନ୍ତ, ପୂର୍ବରୁ ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୨ରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପାଇଛନ୍ତି। ତାଙ୍କର କିଛି ପ୍ରମୁଖ ପୁସ୍ତକ ହେଲା- ଶ୍ରୀ ପଳାତକ, କେତେ ଦିନର, ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ ଓ ସଚିତ୍ର ଅନ୍ଧାର। ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ଆଜି ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏ ସଂପର୍କରେ ନିଆ ଯାଇଥିବା ସଭାପତି ହରିହର ମିଶ୍ର ସୂଚନା ଦେଇଛନ୍ତି। କବି ରମାକାନ୍ତଙ୍କ ସହ ୧୫ ଜଣ ବରିଷ୍ଠ ଓଡ଼ିଆ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏକାଡେମୀ ପକ୍ଷରୁ ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଏମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos