ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଫେସ୍‌ବୁକ୍‌ରେ ଏମିତି ପୋଷ୍ଟ୍ କଲେ ରମାରଞ୍ଜନ ବଳିଆରସିଂ

ଭୁବନେଶ୍ୱର: ପୁଣି ସୋସିଆଲ୍ ମିଡିଆରେ ତାଚ୍ଛଲ୍ୟ ଭରା ପ୍ରଶ୍ନ କଲେ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ । ଆଜି ତାଙ୍କ ଫେସ୍‌ବୁକ୍‌ରେ କରିଥିବା ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ତାଙ୍କ ବ୍ୟକ୍ତିଗତ ସଚିବଙ୍କ କାଠ କଣ୍ଢେଇ ହୋଇ ରହିବା ଉଚିତ୍ କି ? ତାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ଓଡ଼ିଶାର ରାଜନୈତିକ ନେତାଙ୍କ ଭାଗ୍ୟ ଓଡିଆ ନା ତାମିଲ ଅଫିସର ନିର୍ଦ୍ଧାରଣ କରିବେ? ଗତ ଦୁଇ ଦିନ ତଳେ ବିଜୁ […]

ramranjan2

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 01:58 PM IST

ଭୁବନେଶ୍ୱର: ପୁଣି ସୋସିଆଲ୍ ମିଡିଆରେ ତାଚ୍ଛଲ୍ୟ ଭରା ପ୍ରଶ୍ନ କଲେ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ । ଆଜି ତାଙ୍କ ଫେସ୍‌ବୁକ୍‌ରେ କରିଥିବା ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ତାଙ୍କ ବ୍ୟକ୍ତିଗତ ସଚିବଙ୍କ କାଠ କଣ୍ଢେଇ ହୋଇ ରହିବା ଉଚିତ୍ କି ? ତାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ଓଡ଼ିଶାର ରାଜନୈତିକ ନେତାଙ୍କ ଭାଗ୍ୟ ଓଡିଆ ନା ତାମିଲ ଅଫିସର ନିର୍ଦ୍ଧାରଣ କରିବେ?

ଗତ ଦୁଇ ଦିନ ତଳେ ବିଜୁ ଜନତା ଦଳ ଛାଡିଥିବା ରମାରଞ୍ଜନ ଉଭୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ଜୋରଦାର ବର୍ଷିଥିଲେ। ଆଉ ଆଜି ପୁଣି ନିଜ ଫେସ୍‌ବୁକ୍‌ରେ ଏହି ପୋଷ୍ଟ୍‌ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଫେସ୍‌ବୁକ୍‌ରେ ଲୋକେ ମିଶ୍ର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Related story