ରଙ୍ଗଲାଲ ଜାମୁଡା ହେଲେ ଫୁଡ୍‌ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ଅବସରପ୍ରାପ୍ତ ପ୍ରଶାସକ ରଙ୍ଗଲାଲ୍ ଜାମୁଡା ସୋମବାର ରାଜ୍ୟ ଫୁଡ୍‌ କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିଥିବା ୧୭ ଜଣଙ୍କ ମଧ୍ୟରୁ ଜାମୁଡାଙ୍କୁ ମନୋନିତ କରିଛନ୍ତି ରାଜ୍ୟ ସରକାର।  ଜାମୁଡା ୧୯୮୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଭାବେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। କମିଶନର ଅନ୍ୟ ଦୁଇ […]

rangalal-jamuda

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 05:12 PM IST

ଭୁବନେଶ୍ୱର: ଅବସରପ୍ରାପ୍ତ ପ୍ରଶାସକ ରଙ୍ଗଲାଲ୍ ଜାମୁଡା ସୋମବାର ରାଜ୍ୟ ଫୁଡ୍‌ କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିଥିବା ୧୭ ଜଣଙ୍କ ମଧ୍ୟରୁ ଜାମୁଡାଙ୍କୁ ମନୋନିତ କରିଛନ୍ତି ରାଜ୍ୟ ସରକାର।  ଜାମୁଡା ୧୯୮୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଭାବେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି।

କମିଶନର ଅନ୍ୟ ଦୁଇ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ଅବସରପ୍ରାପ୍ତ ବିଚାରପତି ମନୋଜ କୁମାର ପଣ୍ଡା। କମିଶନର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ପାହ୍ୟା ଓ ସଦସ୍ୟମାନେ ଉନ୍ନୟନ କମିଶନର ପାହ୍ୟା ଅଧିକାରୀଙ୍କ ସମସ୍ତ ସୁବିଧା ପାଇବେ।

ରାଜ୍ୟ ଫୁଡ୍‌ କମିଶନ ଅଧ୍ୟକ୍ଷ କିଏ ହେବ ତାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଜାରି ରହିଥିଲା। ଏହି ଚର୍ଚ୍ଚାର ଆଜି ଅବସାନ୍‌ ହୋଇଛି।

Related story