ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ଦାସଙ୍କୁ  ବିଭାଗର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି […]

odisha secrateriat

Ordigital Desk
  • Published: Saturday, 13 November 2021
  • , Updated: 13 November 2021, 11:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ଦାସଙ୍କୁ  ବିଭାଗର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

ଶ୍ରୀ ଦାସ ଏବେ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଜଣେ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ସଚିବ ଦାୟିତ୍ୱରେ ରଖି ସରକାର ପ୍ରଶାସନିକସ୍ତରରେ ନିଜର ମନମୁଖୀ ନିଷ୍ପତ୍ତିକୁ ଲଦି ଦେଉଥିବା ପାୱାର କରିଡରରେ ଚର୍ଚ୍ଚା।

Related story