ବୈଜୟନ୍ତଙ୍କ ମଞ୍ଚ ଭାଙ୍ଗିଦେଲେ ଦୁର୍ବୃତ୍ତ

<p>କେନ୍ଦ୍ରାପଡ଼ା,(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ। ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଣ୍ଢରାରେ ଏକ ପାଣିଟାଙ୍କି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେ ।&nbsp; ଏହି ଅବସରରେ ସେ ଅଣ ଓଡ଼ଆ ଅଫିସର ରାଜୁତିକୁ ନେଇ ବର୍ଷିଥିଲେ।&nbsp; ସେପଟେ &nbsp;କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକରେ ଆୟୋଜିତ ହେବାକୁ ଥିବା କଣ୍ଠେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ସମ୍ମାନ ଟ୍ୟାଲେଣ୍ଟ ପାଇଁ ହୋଇଥିବା ପେଣ୍ଡାଲକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। &nbsp;ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଅତିଥି ଭାବେ ଯୋଗ ଦେବାର ଥିଲା । କିନ୍ତୁ ବୈଜୟନ୍ତଙ୍କୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ପେଣ୍ଡାଲକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। &nbsp;ସ୍ଥାନୀୟ ଗ୍ରାମବାସୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।</p> <p>ସେପଟେ ଅନିର୍ଦ୍ଦିଷ୍ଟ କାରଣ ପାଇଁ ପ୍ରତିଭା ସମ୍ମାନକୁ ବନ୍ଦ କରି ଦିଆଯାଇଥିବା ତାଳସଂଘ ସରପଞ୍ଚ ଲିଖିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଘଟଣାସ୍ଥଳରେ ପାଟକୁରା ପୋଲିସ ମୁତୟନ ଅଛନ୍ତି। &nbsp;ସାଂସଦ ବୈଜୟନ୍ତ ପଣ୍ଡା ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଗୁଣ୍ଡାଗିରି ବିରୋଧରେ ହିଁ ବିଜେଡି ତିଆରି ହୋଇଥିଲା। &nbsp;ଗତ ୩ରୁ ୪ ବର୍ଷ ହେଲା ସେ ସ୍ଥିତି ପୂରା ବଦଳି ଯାଇଛି। &nbsp;ମୁଁ ଭାବୁନି, ବିଜୁ ବାବୁ ଥିଲେ ଏ ଗୁଣ୍ଡାଗିରିକୁ ସହ୍ୟ କରିଥାନ୍ତେ। &nbsp;କେବଳ କେନ୍ଦ୍ରାପଡ଼ା ନୁହେଁ, ସାରା ରାଜ୍ୟରେ ଗୁଣ୍ଡାଗିରି ଚାଲିଛି।</p>

Ordigital Desk
  • Published: Saturday, 03 February 2018
  • Updated: 03 February 2018, 07:13 PM IST

Sports

Latest News

<p>କେନ୍ଦ୍ରାପଡ଼ା,(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ। ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଣ୍ଢରାରେ ଏକ ପାଣିଟାଙ୍କି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେ ।&nbsp; ଏହି ଅବସରରେ ସେ ଅଣ ଓଡ଼ଆ ଅଫିସର ରାଜୁତିକୁ ନେଇ ବର୍ଷିଥିଲେ।&nbsp; ସେପଟେ &nbsp;କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକରେ ଆୟୋଜିତ ହେବାକୁ ଥିବା କଣ୍ଠେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ସମ୍ମାନ ଟ୍ୟାଲେଣ୍ଟ ପାଇଁ ହୋଇଥିବା ପେଣ୍ଡାଲକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। &nbsp;ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଅତିଥି ଭାବେ ଯୋଗ ଦେବାର ଥିଲା । କିନ୍ତୁ ବୈଜୟନ୍ତଙ୍କୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ପେଣ୍ଡାଲକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। &nbsp;ସ୍ଥାନୀୟ ଗ୍ରାମବାସୀମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।</p><p>ସେପଟେ ଅନିର୍ଦ୍ଦିଷ୍ଟ କାରଣ ପାଇଁ ପ୍ରତିଭା ସମ୍ମାନକୁ ବନ୍ଦ କରି ଦିଆଯାଇଥିବା ତାଳସଂଘ ସରପଞ୍ଚ ଲିଖିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଘଟଣାସ୍ଥଳରେ ପାଟକୁରା ପୋଲିସ ମୁତୟନ ଅଛନ୍ତି। &nbsp;ସାଂସଦ ବୈଜୟନ୍ତ ପଣ୍ଡା ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଗୁଣ୍ଡାଗିରି ବିରୋଧରେ ହିଁ ବିଜେଡି ତିଆରି ହୋଇଥିଲା। &nbsp;ଗତ ୩ରୁ ୪ ବର୍ଷ ହେଲା ସେ ସ୍ଥିତି ପୂରା ବଦଳି ଯାଇଛି। &nbsp;ମୁଁ ଭାବୁନି, ବିଜୁ ବାବୁ ଥିଲେ ଏ ଗୁଣ୍ଡାଗିରିକୁ ସହ୍ୟ କରିଥାନ୍ତେ। &nbsp;କେବଳ କେନ୍ଦ୍ରାପଡ଼ା ନୁହେଁ, ସାରା ରାଜ୍ୟରେ ଗୁଣ୍ଡାଗିରି ଚାଲିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos