ଓଏସ୍ଏପି ଯବାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

<p>ମୋହନା: ଗଜପତି ଜିଲ୍ଲା ରାୟଗଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା। ସୁରକ୍ଷାକର୍ମୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ସୁରକ୍ଷାକର୍ମୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ସ୍ୱାମୀ ଘରେ ନଥିବା ସମୟରେ ସେହି ଗାଁର ଜଣେ ଓଏସ୍ଏପି ଯବାନ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ &zwnj;ଆଣିଛନ୍ତି ମହିଳା। ଗତ ୧୬ ତାରିଖ ରାତିରେ ପୀଡ଼ିତାଙ୍କ ସ୍ୱାମୀ କୌଣସି କାମରେ &zwnj;ଆନ୍ଧ୍ର ପ୍ରଦେଶ ଯାଇଥିଲେ। ଏହି ସମୟର ସୁଯୋଗ ନେଇ ଘରେ ଜୋର ଜବରଦସ୍ତ ପଶିଥିଲେ ଅଭୁଯୁକ୍ତ ଓଏସ୍ଏପି ଯବାନ। ମହିଳାଙ୍କ ସହ ଦୁଷ୍କର୍ମ ପରେ କଥା ପ୍ରଘଟ ନକରିବା ପାଇଁ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଏସମସ୍ତ ଘଟଣା ସମ୍ପର୍କରେ ମହିଳା ନିଜ ପରିବାର ଏବଂ ସ୍ୱାମୀଙ୍କୁ ଜଣାଇଥିଲେ।</p> <p>ଗତ ୨୦ ତାରିଖରୁ ଏନେଇ ରାୟଗଡ଼ ଥାନାରେ ଲିଖିତ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି। ଅଭିଯୁକ୍ତ ଯବାନ ଜଣକ ଆର୍.ଉଦୟଗିରି ଥାନାରେ କାର୍ଯ୍ୟରତ ଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।</p>

Ordigital Desk
  • Published: Wednesday, 31 January 2018
  • Updated: 31 January 2018, 08:23 AM IST
<p>ମୋହନା: ଗଜପତି ଜିଲ୍ଲା ରାୟଗଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା। ସୁରକ୍ଷାକର୍ମୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ସୁରକ୍ଷାକର୍ମୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ସ୍ୱାମୀ ଘରେ ନଥିବା ସମୟରେ ସେହି ଗାଁର ଜଣେ ଓଏସ୍ଏପି ଯବାନ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ &zwnj;ଆଣିଛନ୍ତି ମହିଳା। ଗତ ୧୬ ତାରିଖ ରାତିରେ ପୀଡ଼ିତାଙ୍କ ସ୍ୱାମୀ କୌଣସି କାମରେ &zwnj;ଆନ୍ଧ୍ର ପ୍ରଦେଶ ଯାଇଥିଲେ। ଏହି ସମୟର ସୁଯୋଗ ନେଇ ଘରେ ଜୋର ଜବରଦସ୍ତ ପଶିଥିଲେ ଅଭୁଯୁକ୍ତ ଓଏସ୍ଏପି ଯବାନ। ମହିଳାଙ୍କ ସହ ଦୁଷ୍କର୍ମ ପରେ କଥା ପ୍ରଘଟ ନକରିବା ପାଇଁ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଏସମସ୍ତ ଘଟଣା ସମ୍ପର୍କରେ ମହିଳା ନିଜ ପରିବାର ଏବଂ ସ୍ୱାମୀଙ୍କୁ ଜଣାଇଥିଲେ।</p><p>ଗତ ୨୦ ତାରିଖରୁ ଏନେଇ ରାୟଗଡ଼ ଥାନାରେ ଲିଖିତ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି। ଅଭିଯୁକ୍ତ ଯବାନ ଜଣକ ଆର୍.ଉଦୟଗିରି ଥାନାରେ କାର୍ଯ୍ୟରତ ଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos