ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା ୧୪ ବର୍ଷର ନାବାଳକ

Ordigital Desk
  • Published: Sunday, 22 April 2018
  • , Updated: 22 April 2018, 06:28 PM IST
<p>କେନ୍ଦ୍ରାପଡା (ଓଡ଼ିଶା ରିପୋର୍ଟର): ମହାକାଳପଡା ଅଞ୍ଚଳରେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।&nbsp; ଏନେଇ କେନ୍ଦ୍ରାପଡା ଏସପି ନିତି ଶେଖର ସୂଚନା ଦେଇଛନ୍ତି। ପୀଡିତା ଏବଂ ଅଭିଯୁକ୍ତ ଉଭୟଙ୍କ ଡାକ୍ତରୀ ମାଇନା ସରିଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।</p> <p>ସୂଚନା ମୁତାବକ, ଗତ ୨୦ ତାରିଖରେ ନାବାଳିକା ଜଣକ ପାଖ ଗାଁକୁ ହନୁମାନ ଯଜ୍ଞ ଦେଖିବାକୁ ଯାଇଥିଲେ। ଏକୁଟିଆ ପାଇ ନାବାଳିକାଙ୍କୁ ଜଣେ ୧୪ ବର୍ଷୀୟ ନାବାଳକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାକୁ ଗାଁରେ ସମାଧାନ ଲାଗି ଚେଷ୍ଟା କରାଯାଇଥିଲା। ହେଲେ ଆଲୋଚନା ବିଫଳ ହେବାରୁ ଆଜି ମାର୍ଶାଘାଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ।</p>

Related story