ନ୍ୟାୟ ମାଗୁଛି ଦୁଷ୍କର୍ମ ପୀଡ଼ିତା

ଆନନ୍ଦପୁର (ମୁନ୍ନା ସିଂହ): ନ୍ୟାୟ ମାଗୁଛି ଦୁଷ୍କର୍ମ ପୀଡ଼ିତା! ଦୁଷ୍କର୍ମରେ ଶିକାର ହେବା ପରେ ଝିଅକୁ ଧରି ବାପା-ମାଆ ଥାନାରୁ ମେଡିକାଲ୍‌ ଧାଇଁ ଧାଇଁ ନୟାନ୍ତ ହେଲେଣି। ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଏବେ ଭଗବାନଙ୍କ ଭରସା କରିଛନ୍ତି ପୀଡ଼ିତାଙ୍କ ବାପା-ମାଆ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। […]

Misbehave

Manoranjan Sial
  • Published: Saturday, 01 January 2022
  • , Updated: 01 January 2022, 03:56 PM IST

ଆନନ୍ଦପୁର (ମୁନ୍ନା ସିଂହ): ନ୍ୟାୟ ମାଗୁଛି ଦୁଷ୍କର୍ମ ପୀଡ଼ିତା! ଦୁଷ୍କର୍ମରେ ଶିକାର ହେବା ପରେ ଝିଅକୁ ଧରି ବାପା-ମାଆ ଥାନାରୁ ମେଡିକାଲ୍‌ ଧାଇଁ ଧାଇଁ ନୟାନ୍ତ ହେଲେଣି। ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଏବେ ଭଗବାନଙ୍କ ଭରସା କରିଛନ୍ତି ପୀଡ଼ିତାଙ୍କ ବାପା-ମାଆ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ଦୁଷ୍କର୍ମକାରୀ ଓ ତାଙ୍କ ସ୍ତ୍ରୀ ମିଳିମିଶି ପୀଡ଼ିତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି।

ପରିବାର ଲୋକେ ଖବର ପାଇ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଗତ ୪ ଦିନ ହେଲେ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ। ହେଲେ ମେଡ଼ିକାଲ୍‌ରେ ଖାଇବାକୁ ନମିଳିବାରୁ ଏବେ ସେଘଷିପୁରାରେ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ନୂଆବର୍ଷ ପାଇଁ ଏସ୍‌ପିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବାକୁ ଯାଇଥିବା ଘଷିପୁରା ଆଇଆଇସି, ଥାନାର କର୍ମଚାରୀମାନେ  ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ତେଣୁ ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡ଼ିତା।

Related story