Advertisment

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି। ଗତକାଲି ଦେଖିବାକୁ ମିଳିଥିଲା ଏହି ବିରଳ ଘଟଣା। ଗତକାଲି କାଳବୈଶାଖୀ ଜନିତ ପବନ ଓ ବର୍ଷାରେ ଶ୍ରୀମନ୍ଦିରର ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା। ମୁଖ୍ୟ ଧ୍ୱଜା ବନ୍ଧା ଯାଇଥିବା ବାଉଁଶ ନଇଁ ପଡ଼ିଥିଲା ସତ, କିନ୍ତୁ ଧ୍ୱଜା ଅକ୍ଷୁର୍ଣ୍ଣ ରହିଥିଲା। ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର ବାନା ପରିର୍ତ୍ତନ କରିବାପାଇଁ ଶ୍ରୀମନ୍ଦିର ଚୂଡ଼ାରେ ପହଞ୍ଚିଲେ ସେତେବେଳେ ଶୂନ୍ୟରେ ବାନା […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

patitapabanabana

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି। ଗତକାଲି ଦେଖିବାକୁ ମିଳିଥିଲା ଏହି ବିରଳ ଘଟଣା। ଗତକାଲି କାଳବୈଶାଖୀ ଜନିତ ପବନ ଓ ବର୍ଷାରେ ଶ୍ରୀମନ୍ଦିରର ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା। ମୁଖ୍ୟ ଧ୍ୱଜା ବନ୍ଧା ଯାଇଥିବା ବାଉଁଶ ନଇଁ ପଡ଼ିଥିଲା ସତ, କିନ୍ତୁ ଧ୍ୱଜା ଅକ୍ଷୁର୍ଣ୍ଣ ରହିଥିଲା।

Advertisment

ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର ବାନା ପରିର୍ତ୍ତନ କରିବାପାଇଁ ଶ୍ରୀମନ୍ଦିର ଚୂଡ଼ାରେ ପହଞ୍ଚିଲେ ସେତେବେଳେ ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ, ଯାହାକି ଅତ୍ୟନ୍ତ ବିରଳ ଘଟଣା।

ବରିଷ୍ଠ ଚୁନରା ସେବକ ଡକ୍ଟର ଶରତ ମହାନ୍ତି କହିଛନ୍ତି ଯେ ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। ତେବେ ଅନେକ ବର୍ଷ ପରେ ଏହି ଘଟଣା ଦେଖିବାକୁ ମିଳିଛି।

Advertisment

ସେ କହିଛନ୍ତି, ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଏହି ଗଣ୍ଠି (ଶୂନ୍ୟ ଗଣ୍ଠି) ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ। ସାଧାରଣତଃ ଦଉଡ଼ି ଇତ୍ୟାଦିରେ ଆମେ ଯେଉଁ ଗଣ୍ଠି ପକାଉ, ତାହା ଖୋଲି ହୋଇଯାଏ। କିନ୍ତୁ ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ।

ବରିଷ୍ଠ ଚୁନରା ସେବକ ଡକ୍ଟର ମହାନ୍ତି ଆହୁରି କହିଛନ୍ତି, ଅନେକ ଲୋକ ଏହି ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାର ଅବା ଡ୍ରଇଁ ରୁମ୍‌ରେ ରଖନ୍ତି। ଏଗୁଡ଼ିକୁ ଘରେ ରଖିଲେ ପ୍ରାକୃତିକ ଦୁର୍ବିପାକ ତଥା ଗ୍ରହ ଆଦିରୁ ଆସୁଥିବା ବାଧାବିଘ୍ନରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି।

Sri Jagannath Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe