ରାସନକାର୍ଡ ଅନିୟମିତତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଭେଟି ରାଜ୍ୟ ବିଜେପି ପକ୍ଷରୁ ରାସନକାର୍ଡ ଅନିୟମିତତା ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବହୁ ଥିଲାବାଲାଙ୍କୁ ରାସନ କାର୍ଡ ଦିଆଯାଇଥିବା ବେଳେ ପ୍ରକୃତ ଗରିବ ହିତାଧିକାରୀ ଏଥିରୁ ବାଦ ପଡିଥିବା ବିଜେପି ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ହିତାଧିକାରୀଙ୍କୁ ଦିଆଯାଉଥିବା ଟଙ୍କିକିଆ ଚାଉଳ ଲାଗି କେନ୍ଦ୍ର କେତେ ଓ ରାଜ୍ୟ କେତେ ସବ୍‌ସିଡ ଦେଉଛି ତାହା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ […]

bjp

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 05:58 AM IST

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଭେଟି ରାଜ୍ୟ ବିଜେପି ପକ୍ଷରୁ ରାସନକାର୍ଡ ଅନିୟମିତତା ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବହୁ ଥିଲାବାଲାଙ୍କୁ ରାସନ କାର୍ଡ ଦିଆଯାଇଥିବା ବେଳେ ପ୍ରକୃତ ଗରିବ ହିତାଧିକାରୀ ଏଥିରୁ ବାଦ ପଡିଥିବା ବିଜେପି ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ହିତାଧିକାରୀଙ୍କୁ ଦିଆଯାଉଥିବା ଟଙ୍କିକିଆ ଚାଉଳ ଲାଗି କେନ୍ଦ୍ର କେତେ ଓ ରାଜ୍ୟ କେତେ ସବ୍‌ସିଡ ଦେଉଛି ତାହା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ରାଜ୍ୟ ବିଜେପି ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା ଏବଂ ଭୃଗୁ ବକ୍ସିପାତ୍ରଙ୍କ ସହ ଅନ୍ୟମାନେ କେନ୍ଦ୍ରୀ ମନ୍ତ୍ରୀଙ୍କୁ ଭେଟିଥିଲେ।

ରାସନକାର୍ଡ ବଣ୍ଟନ ଓ ଟଙ୍କିକିଆ ଚାଉଳ ଯୋଗଣରେ ରାଜ୍ୟର ହିତାଧିକାରୀଙ୍କ ସ୍ଥିତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପାଶ୍ୱାନ ଆମ ପାଖରୁ ପଚାରି ବୁଝିଥିଲେ ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି।

Related story