ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ବିଧାନସଭାରେ ଉଦବେଗ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ  ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଦିଆଯାଇନି ବୋଲି ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି। ସେ କହିଛନ୍ତି, “ଦଳର ଜନସଂପର୍କ ଯାତ୍ରାବେଳେ ଏଥିପାଇଁ  ହଟ୍ଟହଟ୍ଟା ହେବାକୁ ପଡ଼ିଛି।” ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ରାସନକାର୍ଡ ଅନିୟମିତତା କଥା ଉଠାଇବା ସହ ଧାନ ମଣ୍ଡିରେ […]

assemble

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 01:13 PM IST

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ  ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଦିଆଯାଇନି ବୋଲି ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି। ସେ କହିଛନ୍ତି, “ଦଳର ଜନସଂପର୍କ ଯାତ୍ରାବେଳେ ଏଥିପାଇଁ  ହଟ୍ଟହଟ୍ଟା ହେବାକୁ ପଡ଼ିଛି।”

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ରାସନକାର୍ଡ ଅନିୟମିତତା କଥା ଉଠାଇବା ସହ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଥିଲେ।

Related story