ରାସନକାର୍ଡ ଫେରାଇବା ନେଇ ଗୁମା ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ପୋଲିସର ଲାଠି ଚାଳନା

ଗଜପତି: ଗଜପତି ଜିଲ୍ଲା ଗୁମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୩ ବଖରା ଘର ଥିବା ଲୋକଙ୍କର ରାସନକାର୍ଡ ଫେରସ୍ତ ନେଇ ସାଧାରଣ ଲୋକମାନେ ବିକ୍ଷୋଭ କରିଛନ୍ତି। ପ୍ରଥମେ ବିକ୍ଷୋଭକାରୀମାନେ ରାସନକାର୍ଡ ପ୍ରତ୍ୟାହାର ଦାବି ନେଇ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ। ପରେ ଜନସାଧାରଣ ଉତକ୍ଷିପ୍ତ ହୋଇ ବ୍ଲକ କାର୍ଯ୍ୟାଳୟକୁ ଢେଲାପଥର ମାଡ଼ ସହ  ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ୍‌ ପକ୍ଷରୁ ଲାଠି ଚାଳନା କରାଯାଇଥିଲା। ଲୋକଙ୍କୁ  ଘଡଡାଇବାକୁ ଯାଇ ୧୦ରୁ ଅଧିକ ପୋଲିସ୍ କର୍ମୀ ଆହତ […]

gajapati

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 06:07 PM IST

ଗଜପତି: ଗଜପତି ଜିଲ୍ଲା ଗୁମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୩ ବଖରା ଘର ଥିବା ଲୋକଙ୍କର ରାସନକାର୍ଡ ଫେରସ୍ତ ନେଇ ସାଧାରଣ ଲୋକମାନେ ବିକ୍ଷୋଭ କରିଛନ୍ତି। ପ୍ରଥମେ ବିକ୍ଷୋଭକାରୀମାନେ ରାସନକାର୍ଡ ପ୍ରତ୍ୟାହାର ଦାବି ନେଇ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ। ପରେ ଜନସାଧାରଣ ଉତକ୍ଷିପ୍ତ ହୋଇ ବ୍ଲକ କାର୍ଯ୍ୟାଳୟକୁ ଢେଲାପଥର ମାଡ଼ ସହ  ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ୍‌ ପକ୍ଷରୁ ଲାଠି ଚାଳନା କରାଯାଇଥିଲା। ଲୋକଙ୍କୁ  ଘଡଡାଇବାକୁ ଯାଇ ୧୦ରୁ ଅଧିକ ପୋଲିସ୍ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।

Related story